ଗୁଜରାଟ: ଗୁରୁତ୍ୱପୂର୍ଣ୍ଣ ବିଭାଗ ହରାଇଲେ ୨ ମନ୍ତ୍ରୀ

ଅହମ୍ମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ରବିବାର ତାଙ୍କ କ୍ୟାବିନେଟ୍‌ର ଦୁଇଜଣ ବରିଷ୍ଠ ମନ୍ତ୍ରୀ ରାଜେନ୍ଦ୍ର ତ୍ରିବେଦୀ ଓ ପୂର୍ଣ୍ଣେସ ମୋଦୀଙ୍କ ହାତରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ କାଢିନେଇଛନ୍ତି । ରାଜେନ୍ଦ୍ରଙ୍କ ହାତରୁ ରାଜସ୍ୱ ବିଭାଗ ପ୍ରତ୍ୟାହାର ଯାଇଥିବାବେଳେ ସେ ବର୍ତ୍ତମାନ ବିପର୍ଯ୍ୟୟ ପରିଚାଳନା, ଆଇନ ଏବଂ ସଂସଦୀୟ ବ୍ୟାପାର ଦାୟିତ୍ୱ ତୁଲାଇବେ । ସେହିପରି ପୂର୍ଣ୍ଣେସଙ୍କ ହାତରୁ ପୂର୍ତ୍ତ ବିଭାଗ ପ୍ରତ୍ୟାହାର କରାଯାଇଛି । ସେ କେବଳ ପରିବହନ, ବେସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି । ତେବେ କେଉଁ କାରଣରୁ ଏହି ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ହାତରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ କଢାଗଲା, ତାହାକୁ ନେଇ କଂଗ୍ରେସ ଓ ଆପ୍ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button