ଗାଡ଼ି ଆଗ ସିଟରେ ଏୟାର ବ୍ୟାଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଗାଡ଼ି ଗୁଡ଼ିକର ସମ୍ମୁଖ ସିଟରେ ଏୟାରବ୍ୟାଗ ବାଧ୍ୟତାମୂଳକ କରିଛନ୍ତି ସରକାର । ଦେଶରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସରକାର ଏଥିପାଇଁ ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି । ସଡ଼କ ପରିବହନ ତଥା ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗାଡ଼ି ଆଗ ସିଟରେ ଏଣିକି ଏୟାର ବ୍ୟାଗ ବାଧ୍ୟତାମୂଳକ ହେବ । ଏହା ଦ୍ୱାରା ସମ୍ଭାବ୍ୟ ଦୁର୍ଘଟଣାରେ ଅଧିକ ଜୀବନ ସୁରକ୍ଷିତ ରହିପାରିବ । ଏଥିଲାଗି ବିଜ୍ଞପ୍ତି ଜାରି କରାଯାଇଛି । ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମକୋର୍ଟ କମିଟି ପକ୍ଷରୁ ପରାମର୍ଶ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏବେ ଅଧିକାଂଶ ଗାଡ଼ିର ଚାଳକଙ୍କ ପାଇଁ ଉଦ୍ଧିଷ୍ଟ ସିଟରେ ଏୟାର ବ୍ୟାଗ ରହୁଥିବା ବେଳେ ଚାଳକଙ୍କ ପାଖ ସିଟରେ ଏହି ବ୍ୟବସ୍ଥା ରହୁନାହିଁ ।

Related Articles

Leave a Reply

Your email address will not be published.

Back to top button