ଏଥର ମୋଦିଙ୍କ ଜନ୍ମଦିନରେ ‘ଏକ ଔର ନରେନ’

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ତିଆରି ହେବ ଆଉ ଏକ ଚଳଚ୍ଚିତ୍ର ‘ଏକ ଔର ନରେନ’ । ଏହା ମୋଦିଙ୍କ ଜନ୍ମଦିନରେ ମୁକ୍ତିଲାଭ କରିବ । ମୋଦି ଭୂମିକାରେ ଅଭିନୟ କରିବେ ମହାଭାରତ ଧାରାବାହିକର ଯୁଧିଷ୍ଠିର ଚରିତ୍ରରେ ନଜର ଆସିଥିବା ଗଜେନ୍ଦ୍ର ଚୌହାନ । ମିଲନ ଭୌମିକଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରକୁ ନେଇ ଗଜେନ୍ଦ୍ର ଖୁବ ଉତ୍ସାହିତ ଅଛନ୍ତି । ଉତ୍ସୁକତାର କାରଣକୁ ନେଇ ସେ କହିଛନ୍ତି ମୋଦିଙ୍କୁ ନେଇ ପୂର୍ବରୁ ଅନେକ ଚଳଚ୍ଚିତ୍ର ତିଆରି ହୋଇଥିଲେ ବି ତାଙ୍କ ବ୍ୟକ୍ତିଗତ ଜୀବନ ସହ ମେଳ ଖାଉଥିବା ବ୍ୟକ୍ତିତ୍ୱ ଏଭଳି ଚଳଚ୍ଚିତ୍ର କରିନାହାନ୍ତି । ସେ ମୋଦିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ନିଖୁଣ ଭାବେ ନିଭାଇବେ ବୋଲି କହିଛନ୍ତି । ଏହି ଚଳଚ୍ଚିତ୍ର ଦୁଇ ଜଣଙ୍କ ଜୀବନୀ ଉପରେ ଆଧାରିତ । ପ୍ରଥମେ ନରେନ୍ଦ୍ରନାଥ ଦତ୍ତ ବା ସ୍ୱାମୀ ବିବେକାନନ୍ଦ କିଭଳି ସାରା ବିଶ୍ୱରେ ଭାଇଚାରାର ଏକ ପ୍ରତୀକ ଭାବେ ଉଭା ହୋଇଥିଲେ ତା ଉପରେ ଦେଖାଯିବ । ସେହିଭଳି ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇଚାରା ବାର୍ତ୍ତାକୁ ନେଇ ଏହି ଚଳଚ୍ଚିତ୍ର ନିର୍ମିତ ହେବ ବୋଲି ସେ କହିଛନ୍ତି । 

Related Articles

Leave a Reply

Your email address will not be published.

Back to top button