ଆମେରିକାରେ ଘୁର୍ଣ୍ଣିଝଡ, ୨୧ ମୃତ

ନୂଆଦିଲ୍ଲୀ:  ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ । ବହିଲା ୧୬୫ କିଲୋମିଟର ବେଗର ପବନ । ଉଡିଗଲା ଘର ଛପର । ୨୧ ଜଣଙ୍କ ମୃତ୍ୟୁ ନେଇ ସୂଚନା । ଶତାଧିକ ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିବ ବୋଲି ଆଶଙ୍କା କରାଯାଉଛି । ଆମେରିକାର ପ୍ରାୟ ୯ ଟି ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । କ୍ଷୟକ୍ଷତିର ପରିମାଣ ଆକଳନ କରାଯାଇନଥଲେ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିବା କୁହାଯାଉଛି । ଏ ହେଉଛି ଝଡ ସମୟର ଏବଂ ଏହାର ପରବର୍ତି ସମୟର କିଛି ଭିଡିଓ । ଆମେରିକାର ୯ ଟି ରାଜ୍ୟର ୧୨ରୁ ଅଧିକ ସ୍ଥାନରେ ଏଭଳି ଘୁର୍ଣ୍ଣିଝଡ ଦେଖିବାକୁ ମଳିଛି । ଶୁକ୍ରବାର ଏବଂ ଶନିବାର ଦୁଇ ଦିନ ଏଭଳି ଭୟଙ୍କର ଝଡ ତୋଫାନ ହୋଇଛି । ଝଡ ସମୟରେ ୧୬୫ କିଲୋମିଟର ବେଗର ପବନ ବହିଥିଲା । ଯାହା ପ୍ରାୟ ୪୦ କିଲୋମିଟର ପର୍ୟ୍ୟନ୍ତ ପ୍ରଭାବିତ କରିଥିଲା ।

Related Articles

Leave a Reply

Your email address will not be published.

Back to top button