ଆମେରିକାରେ ଉଡିବ ୨୨୦ ଫୁଟ ତ୍ରିରଙ୍ଗା

ଭୁବନେଶ୍ୱର : ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତ ପାଳନ କରିବ ୭୫ତମ ସ୍ୱାଧୀନତା ଦିବସ । ଏହାର ଅବ୍ୟବହିତ ପୂର୍ବରୁ ଦେଶରୁ ଉତ୍ସାହ ଦେଖିବାକୁ ମିଳିଲାଣି  । ଏହି କ୍ରମରେ ବୋଷ୍ଟନରେ ପାଳିତ ହେବ ଭାରତୀୟ ସ୍ୱାଧୀନତା ଦିବସ । ଏଥିରେ ୩୨ଟି ଦେଶ ଭାଗ ନେବେ । ଏ ଅବସରରେ ଏକ ବିମାନ ୨୨୦ ଫୁଟର ଭାରତୀୟ ଜାତୀୟ ପତକା ସହିତ ପ୍ରମୁଖ ଆମେରିକୀୟ ସହରରେ ଉଡାଣ ଭରିବ । ବୋଷ୍ଟନରେ ଭାରତର ସ୍ୱାଧୀନତା ଦିବସ ପାଳନ ଇତିହାସରେ ଚଳିତ ବର୍ଷର ସମାରୋହ  ବିଭିନ୍ନ ଦୃଷ୍ଟିରୁ ପ୍ରଥମେ ବୋଲି ପ୍ରଖ୍ୟାତ କମ୍ୟୁନିଟି  ଲିଡର ଅଭିଷେକ ସିଂହ କରିଛନ୍ତି । ମାସାଚୁସେଟ୍ସର ଗଭର୍ଣ୍ଣର ଚାର୍ଲି ବେକର ୭୫ତମ ସ୍ୱାଧୀନତା ଦିବସକୁ ଭାରତ ଦିବସ ରୂପେ ଘୋଷଣା କରିଛନ୍ତି । ଆସନ୍ତା ୧୫ ତାରିଖରେ ଏହାର ମାସାଚୁସେଟ୍ସର ବୋଷ୍ଟନ ସ୍ଥିତି ଇଣ୍ଡିଆ ଷ୍ଟ୍ରିଟରେ ପାଳିତ ହେବ । ଏହାର ପୂର୍ବ ଦିନ ଅର୍ଥାତ ଅଗଷ୍ଟ ୧୪ ତାରିଖ ରୋଡ ଦ୍ୱୀପରେ ସ୍ଥିତ ଷ୍ଟେଟ ହାଉସରେ ମଧ୍ୟ ସମାରୋହ ପାଳିତ ହେବ । ୧୫ ତାରିଖରେ ଆୟୋଜିତ ହେବାକୁ ଥିବା ପରେଡରେ ପୂର୍ବତନ ଭାରତୀୟ କ୍ରିକେଟର ଆର ପି ସିଂହଙ୍କୁ ଗ୍ରାଣ୍ଡ ମାର୍ଶଲ ଭାବେ ଆମନ୍ତ୍ରିତ କରଯାଇଛି ।

Related Articles

Leave a Reply

Your email address will not be published.

Back to top button