ମୋଦିଙ୍କୁ ଭେଟିବେ ଜିନପିଙ୍ଗ

ନୂଆଦିଲ୍ଲୀ:ଆସନ୍ତା ମାସରେ ଉଜବେକିସ୍ତାନରେ  ସାଂଘାଇ  ସହଯୋଗ ସଂଗଠନର ଶିଖର ସମ୍ମିଳନୀ ହେବ । ଏହି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସମ୍ଭାବନା ରହିଛି । ଉଭୟ ରାଷ୍ଟ୍ରନେତା ଏଲଏସି ପ୍ରସଙ୍ଗ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସହ ମଧ୍ୟ ଉଭୟ ନେତା ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି । ୧୫-୧୬ ସେପ୍ଟେମ୍ବରରେ ହେବାକୁ ଥିବା ଏସସିଓ ସମ୍ମିଳନୀରେ ମୋଦି-ଜିନପିଙ୍ଗ୍ ଏବଂ ପୁଟିନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ନେଇ କୌଣସି ଘୋଷଣା ହୋଇନଥିଲେ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଏହି ନେତାମାନେ ଏସସିଓରେ ମିଳିତ ହେବା ସମ୍ଭାବନା ବଳବତ୍ତର ହୋଇଛି । ୟୁକ୍ରେନରେ ଋଷର ଧ୍ୱଂସଲୀଲା ଜାରି  ରହିଥିବା ବେଳେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରମାନେ ଋଷ ବିରୋଧରେ ଅତି କଠୋର କଟକଣା ଜାରି ରଖିଛନ୍ତି ।

Related Articles

Leave a Reply

Your email address will not be published.

Back to top button