ଦୀର୍ଘତମ ମାଲଗାଡି ‘ସୁପର ବାସୁକୀ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ଦେଶର ଦୀର୍ଘତମ ମାଲଗାଡି ‘ସୁପର ବାସୁକୀ’ର ସଫଳ ପରୀକ୍ଷଣ କରାଯାଇଛି । ଅଗଷ୍ଟ ୧୫ରେ ୩.୫ କିମି ଦୈର୍ଘ୍ୟବିଶିଷ୍ଟ ଏହି ମାଲଗାଡି ୨୯୫ଟି ବଗିରେ ଭର୍ତ୍ତି ହୋଇଥିବା ୨୭,୦୦୦ ଟନ୍ କେଇଲା ପରିବହନ କରି ଛତିଶଗଡର କୋର୍ବାରୁ ନାଗପୁର ଅଭିମୁଖେ ଯାତ୍ରା କରିଥିଲା । ୨୬୭ କିମି ଦୂରତ୍ୱକୁ ଏହି ମାଲଗାଡି ୧୧.୨ ଘଣ୍ଟାରେ ଅତିକ୍ରମ କରିଥିଲା ବୋଲି ଦକ୍ଷିଣପୂର୍ବ କେନ୍ଦ୍ର ରେଳପଥ ପକ୍ଷରୁ କୁହାଯାଇଛି । ରେଳବାଇ ପକ୍ଷରୁ ଏହା ଦୀର୍ଘତମ ଏବଂ ସର୍ବବୃହତ ମାଲଗାଡି । ବର୍ତ୍ତମାନ ସାଧାରଣ ମାଲଗାଡିରେ ସର୍ବାଧିକ ୯୦୦୦ ଟନ୍ କୋଇଲା ପରିବହନ କରାଯାଉଥିବାବେଳେ ‘ସୁପର ବାସୁକୀ’ର କ୍ଷମତା ତିନିଗୁଣ ଅଧିକ ବୋଲି ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button