ସେଓ ଖାଆନ୍ତୁ, ହୃଦରୋଗରୁ ରକ୍ଷା ପାଆନ୍ତୁ

ନିୟମିତ ଭାବେ ଫଳମୂଳ ଓ ସବୁଜ ପନିପରିବା ନିଜ ଖାଦ୍ୟ ତାଲିକାରେ ସାମିଲ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରୀ । ଗୋଟିଏ ସେଓ ଦୈନିକ ଖାଇରେ ଆପଣ ହୃଦରୋଗ ଓ କର୍କଟ ପରି ରୋଗରୁ ରକ୍ଷା ପାଇପାରିବେ ବୋଲି ବିଶେଷଜ୍ଞଙ୍କ ଅନୁସନ୍ଧାନରୁ ସ୍ପଷ୍ଟ ହୋଇଛି । ଗବେଷକ ସମୂହ ୫୩ ହଜାର ଲୋକଙ୍କୁ ଅନ୍ତର୍ଗତ କରି ୨୩ ବର୍ଷ ଗବେଷଣା କରିଥିଲେ । ଯେଉଁ ଲୋକ ଦୈନିକ ସକାଳ ଜଳିଖିଆରେ ଗୋଟିଏ ସେଓ ଖାଉଥିଲେ, ସେମାନେ ଏକ ସୁସ୍ଥ ଜୀବନ ଅତିବାହିତ କରୁଛନ୍ତି । ଅନ୍ୟପାଖେ ଅନ୍ୟାନ୍ୟ ପୋଷକତତ୍ୱ ଭରପୁର ଖାଦ୍ୟ ଖାଇ ମଧ୍ୟ ଲୋକେ ହୃଦରୋଗରେ ଆକ୍ରାନ୍ତ ହେଉଥିବାର ଗବେଷକଙ୍କ ମତ । ସେଓ ଖାଇଲେ ଆମ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ଆକ୍ସିଡାଣ୍ଟ ଓ ଫ୍ଲାବନଏଡସ ମିଳୁଥିବାରୁ ତାହା ଶରୀରର ରୋଗ ପ୍ରତିରୋଧକ ବଢ଼ାଇବାରେ ସାହାଯ୍ୟ କରେ ।

ସେଓକୁ କଷ୍ଟାର୍ଡ ଭାବେ ନଚେତ ଫ୍ରୁଟ ସାଲାଡ ଭାବେ ଖାଇବା ମଧ୍ୟ ଲାଭପ୍ରଦ । ଏବେ ଠାରୁ ନିଜ ଖାଦ୍ୟ ତାଲିକାରେ ଗୋଟିଏ ସେଓ ପ୍ରତ୍ୟହ ସାମିଲ କରି ସୁସ୍ଥ ଜୀବନ ଅତିବାହିତ କରନ୍ତୁ ।

Related Articles

Leave a Reply

Your email address will not be published.

Back to top button