ପାଦ ବ୍ୟଥାର କାରଣ

ସାଧାରଣତଃ ଆମେ ଘରେ ବୟସ୍କ ଲୋକଙ୍କ ପାଦରେ ଯନ୍ତ୍ରଣା କିମ୍ବା ବ୍ୟଥା ହେଉଥିବା ବିଷୟରେ ଶୁଣିଥିବା । କେବଳ ଯେ ବୟସ୍କ ବ୍ୟକ୍ତିମାନେ ଏହି ବ୍ୟଥାର ସମ୍ମୁଖୀନ ହୁଅନ୍ତି ତାହା ନୁହେଁ । ଯୁବାବସ୍ଥାରେ ମଧ୍ୟ ଲୋକମାନେ ଏହି ବ୍ୟଥାକୁ ଅନୁଭବ କରନ୍ତି । କଠିନ ବ୍ୟାୟାମ, ପାଦର ଅତି ପ୍ରୟୋଗ, କମ୍ ପାଣି ପିଇବା କାରଣରୁ ମେଡିକାଲ୍ ସ୍ଥିତି ଯେପରି ବ୍ୟାରିକେଜ୍ ସ୍ନାୟୁ, ଡାଇବେଟିସ୍ ପରି ରୋଗର କାରଣରୁ ଏପରି ହେଉଥାଇପାରେ । ପାଦ ବ୍ୟଥାର କାରଣ ମଧ୍ୟ ଅଲଗା ଅଲଗା ଥାଏ । ଏହା ଲଗାତର ହେଉଥାଇପାରେ ବା କେବେ କେବେ ଅନୁଭବ ହୁଏ ।ସାମାନ୍ୟ କାରଣ-ଅତ୍ୟଧିକ ବ୍ୟାୟାମ ଓ କମ୍ ଆରାମ କରିବା ଯୋଗୁ ମାଂସପେଶୀ କ୍ଳାନ୍ତ ହୋଇଯାଆନ୍ତି, ଡିହାଇଡ୍ରେସନ୍ ଓ ଔଷଧ (ଷ୍ଟେଟିନ୍ ଓ ମୂତ୍ରବର୍ଦ୍ଧକ) ସେବନ ଯୋଗୁ ପାଦ ବ୍ୟଥା ହୁଏ । ଏହା ବ୍ୟତୀତ ମାଂସପେଶୀ ଟାଇଟ୍ ହେବା, ରକା ଲାଗିବା, ହେୟାରଲାଇନ୍ ଫ୍ରାକ୍‌ଚର୍ ଓ ପାଦ ଗୋଇଠିରେ ସ୍ୱେଲିଂ ରହିଲେ ବ୍ୟଥା ହୁଏ ।

ମେଡିକାଲ୍ ସ୍ଥିତି- ବ୍ଲଡ୍ କ୍ଲଟିଂ, ତନ୍ତ୍ରିକାର କ୍ଷତି, ଭାରିକୋଜ୍ ଭେନ୍ସ, ଆଣ୍ଠୁଗଣ୍ଠି ବାତ, ସେଲ୍ୟୁଲାଇଟିସ୍‌, ପରିଧୀୟ ଧମନୀ ରୋଗ ହେଲେ ରକ୍ତର ଅନୁଚିତ ସଞ୍ଚାଳନ ଯୋଗୁ ସ୍ୱେଲିଂ ଦେଖାଦିଏ ।
ଲକ୍ଷଣ-ବ୍ୟଥା ଏକ ଛୋଟ କ୍ଷେତ୍ର ବା ବିସ୍ତୃତ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ହୋଇ ରହିପାରେ ବା ଏହା ପୂରା ପାଦରେ ରହିପାରେ । ଅଳ୍ପ ଯନ୍ତ୍ରଣା ହୋଇପାରେ ବା କେବେ କେବେ ହୋଇପାରେ । ଦୈନନ୍ଦିନ କାର୍ଯ୍ୟ ସମୟରେ ସବୁବେଳେ ବ୍ୟଥା ଅନୁଭବ ହେବା । ସୁସ୍ଥ ବ୍ୟଥା ବା ଅତ୍ୟଧିକ ବ୍ୟଥାର ଅନୁଭବ କରିବେ । ପାଦରେ ଜ୍ୱଳନ, ଝିମ୍‌ଝିମ୍ ହେବା ବା କିଛି ଅନୁଭବ ନକରିବା ।

Related Articles

Leave a Reply

Your email address will not be published.

Back to top button