ଖରା ଦିନେ କେଶର ଯତ୍ନ

ଖରା ତାତିରୁ ଆମେ ସବୁବେଳେ ଆମ ତ୍ୱଚାକୁ ସୁରକ୍ଷା ଦେବାକୁ ଚେଷ୍ଟିତ ଥାଉ। ହେଲେ ଏହା ଭୁଲିଯାଉ ଯେ, ଏହାଦ୍ୱାରା ଆମ କେଶ ମଧ୍ୟ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାଏ। ପ୍ରଦୂଷଣ ସମେତ,  ପ୍ରଖର ସୂର୍ୟ୍ୟ କିରଣ ଓ ଝାଳ ବୋହି କେଶ ରୁକ୍ଷ ହୋଇଯାଏ।  ଖରା ଦିନେ ଅଧିକ ଝାଳ ବୋହୁଥିବାରୁ କେଶ ଖରାପ ହୋଇଯାଏ।  ଏଥିନିମନ୍ତେ ଆପଣ ବର୍ଷର ଅନ୍ୟ ଦିନରେ କେଶର ଯେମିତି ଯତ୍ନ ନେଉଛନ୍ତି ସେଥିରେ କିଛିଟା ପରିବର୍ତ୍ତନ ଆଣିବା ଉଚିତ।  ଏଥିଲାଗି କିଛି ଟିପ୍ସ ପାଳନ କରି ଆପଣଙ୍କ କେଶ ଅନ୍ୟ ଦିନ ପରି କୋମଳ ଓ ସୁନ୍ଦର ରଖନ୍ତୁ।

ଖରା ଦିନେ କେଶରୁ ଝାଳ ଦୁର୍ଗନ୍ଧ ବାହାରିବା ସହ ଚୁଟି ଅଠା ହୋଇଯାଏ। ଏଥିନିମନ୍ତେ ଚୁଟିକୁ  ନିୟମିତ ଭାବେ ଧୋଇବା ଆବଶ୍ୟକ।  ଏଥିଲାଗି ଆପଣ ୪ ଚାମଚ ଆପଲ୍‌ ସିରକାକୁ ଏକ କପ୍‌ ଥଣ୍ଡା ପାଣିରେ ମିଶାନ୍ତୁ। ଥରେ ସାମ୍ପୁ କରିବା ପରେ ଆପଣ ଏହାକୁ ନିଜ ଚୁଟିରେ ଲଗାନ୍ତୁ। କିଛି ସମୟ ପରେ ଶୁଖା ତଉଲିଆରେ ନିଜ ମୁଣ୍ଡକୁ ପୋଛି ଦିଅନ୍ତୁ। ପ୍ରଚୁର ମାତ୍ରାରେ ସବୁଜ ପନିପରିବା ଓ ଫଳ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀର ସମେତ କେଶ ମଧ୍ୟ ସୁସ୍ଥ ରହିବ। ଅମୃତଭଣ୍ଡା, କମଳା, ଜାକୁ କୋଳି ଆଦି ଫଳ ଖାଇବା ଦ୍ୱାରା  ଆପଣ ଭିଟାମିନ ଏ, ବି ଓ ସି ଭରପୁର ମାତ୍ରାରେ ପାଇପାରିବେ। ଯାହାକି କେଶକୁ ମଧ୍ୟ ପୋଷଣ ପ୍ରଦାନ କରିଥାଏ। ଏହାବ୍ୟତୀତ କେଶକୁ ରୁକ୍ଷ ଓ ନିର୍ଜୀବ ହେବାକୁ ଦେଇ ନ ଥାଏ। ସୁସ୍ଥ, ଘନ କେଶ ନିମନ୍ତେ ହେୟାର ମାସ୍କ ମଧ୍ୟ ଲାଭଦାୟକ ହୋଇଥାଏ।  ଏହା କେଶକୁ ଉଚିତ ପୋଷଣ ପ୍ରଦାନ କରିବା ସହ ଆବଶ୍ୟକ ନମନିୟମତା ପ୍ରଦାନ କରିଥାଏ। ଏହି ସବୁ ଟିପ୍ସ ପାଳନ କରି ଆପଣ ଲମ୍ୱା ଓ ଘନ କେଶ ପାଇପାରିବେ ସେଥିରେ ସନ୍ଦେହ ନାହିଁ।

Related Articles

Leave a Reply

Your email address will not be published.

Back to top button