କରୋନା ଭାଇରସ୍‌ରୁ ରକ୍ଷା ପାଇଁ କିଛି ଟିପ୍ସ୍‌

କରୋନା ଭାଇରସ୍‌ ଏବେ  ଆତଙ୍କ ଖେଳାଇଛି।  ଆସନ୍ତୁ ଜାଣିବା କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌।

୧. ସର୍ବଦା ହାଇଜିନ୍‌ ବା ସଫାସୁତୁରା ଖାଦ୍ୟ ଖାଆନ୍ତୁ। କାଶିବା ସମୟରେ ମୁହଁରେ କପଡ଼ା ଦିଅନ୍ତୁ। ସମୟ ସମୟରେ ସାବୁନରେ ହାତ ଧୁଅନ୍ତୁ।

୨. ହାତ ଧୋଇବା ପାଇଁ ହ୍ୟାଣ୍ଡ ୱାଶ୍‌ କିମ୍ୱା ସାନିଟାଇଜର୍‌ ବ୍ୟବହାର କରନ୍ତୁ। ୨୦ ମିନିଟ୍‌ ପର୍ୟ୍ୟନ୍ତ ହାତକୁ ସ୍କ୍ରବ୍‌ କରନ୍ତୁ। ହାତ ଧୋଇବା ପରେ ସଫା କପଡ଼ାରେ ହାଟ ପୋଛନ୍ତୁ କିମ୍ୱା ଡ୍ରାୟର୍‌ରେ ଶୁଖାନ୍ତୁ।

୩. ଘରୁ ବାହାରକୁ ଯିବା ସମୟରେ ମୁହେଁରେ ମାସ୍କ ଭଲ ଭାବରେ ଲଗାନ୍ତୁ।

୪. ବଜାରରେ ଖାଦ୍ୟପଦାର୍ଥ ସାମଗ୍ରୀ କିଣିବା ସମୟରେ କଞ୍ଚା ଖାଆନ୍ତୁ ନାହିଁ। ମାଂସ କିମ୍ୱା ସବୁଜ ପରିବା ପୂର୍ବରୁ ଭଲ ଭାବରେ ଧୋଇ ରୋଷେଇ କରନ୍ତୁ।

୫. ଅଜଣା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅଧିକ ଆସନ୍ତୁ ନାହିଁ। କୌଣସି ବ୍ୟକ୍ତିଙ୍କ ସହିତ ହାତ ମିଶାଇବା ପରେ ଭଲ ଭାବରେ ହାତ ଧୁଅନ୍ତୁ।

୬. ଆଖି, ନାକ ଓ କାନରେ ବାରମ୍ୱାର ହାତ ମାରନ୍ତୁ ନାହିଁ। ଯଦି ଏପରି କରୁଛନ୍ତି ତେବେ ତୁରନ୍ତ ହାତ ଧୋଇ ନିଅନ୍ତୁ।

୭. ଯଦି ଆପଣଙ୍କୁ ଜ୍ୱର, ଥଣ୍ଡା, କାଶ କିମ୍ୱା ନିଃଶ୍ୱାସ ନେବାରେ ଅସୁବିଧା ହେଉଛି ବିଳମ୍ୱ ନକରି ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

୮. ଡାକ୍ତର ଦେଇଥିବା ପରାମର୍ଶକୁ ନିୟମିତ ପାଳନ କରନ୍ତୁ।

Related Articles

Leave a Reply

Your email address will not be published.

Back to top button