ଏନୋରେକ୍ସିଆ

ଏହା ଏକ ମାନସିକ ଅବସ୍ଥା । ଯେଉଁଥିରେ ବ୍ୟକ୍ତି ନିଜର ଓଜନକୁ ନେଇ ବହୁତ ଅଧିକ ଗମ୍ଭୀର ହୋଇଯାଏ । ଏପରି ସ୍ଥଳେ ଲୋକମାନେ ଡାଇଟିଂ ଓ ବ୍ୟାୟାମର ସାହାରା ନିଅନ୍ତି । ତେଣୁ ଲୋକମାନଙ୍କୁ ଲାଗେ ଯେ ଯଦି ସେମାନେ ଭୋଜନ କରୁଛନ୍ତି ତେବେ ମୋଟା ହୋଇଯିବେ । ଏହି କାରଣରୁ ସେମାନଙ୍କର ଖାଦ୍ୟପେୟର ସମୟ ଅଲଗା ହୋଇଯାଏ । ଖାଦ୍ୟପେୟର ଅନିୟମିତତା ଏବଂ କମ୍ ଖାଉଥିବା କାରଣରୁ ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼େ । ଏନୋରେକ୍ସିଆ ଦୁଇ ପ୍ରକାରର ଯଥା- ପ୍ରତିବନ୍ଧିତ ଏନୋରେକ୍ସିଆ ଓ ଅତ୍ୟଧିକ ଖାଉଥିବା ଏନୋରେକ୍ସିଆ ।


ପ୍ରତିବନ୍ଧିତ ଏନୋରେକ୍ସିଆ-ଏହି ପ୍ରକାରର ଲୋକମାନେ ନିଜ ଭୋଜନ ଉପରେ ପ୍ରତିବନ୍ଧ ଲଗାଇ ଦିଅନ୍ତି । ଏମାନେ କ୍ୟାଲୋରୀକୁ ଗଣନ୍ତି । ଖାଦ୍ୟ ନଖାଇବା, କାର୍ବୋହାଇଡ୍ରେଟ୍ ପଦାର୍ଥକୁ ସୀମିତ ରଖିବା, କେବଳ ରଙ୍ଗଥିବା ଭୋଜନ କରିବା ଓ ଅତ୍ୟଧିକ ବ୍ୟାୟାମ କରିବା ଆରମ୍ଭ କରନ୍ତି ।
ଅତ୍ୟଧିକ ଖାଉଥିବା ଏନୋରେକ୍ସିଆ-ଏ ଶ୍ରେଣୀର ଲୋକମାନେ ମଧ୍ୟ ନିଜ ଭୋଜନ ଉପରେ ପ୍ରତିବନ୍ଧ ଲଗାଇଥାନ୍ତି । କିନ୍ତୁ ଏଥିରେ ଭୋଜନ ଉପରେ ନିୟନ୍ତ୍ରଣ କରି ଅଧିକ ମାତ୍ରାରେ ଭୋଜନକୁ ସାମିଲ କରିଥାନ୍ତି । ଭୋଜନର କ୍ଷତିପୂର୍ତ୍ତି କରିବା ପାଇଁ ବ୍ୟକ୍ତି ବାନ୍ତି କରେ ଓ ଏନିମିଆର ଦୁରୁପୋଯୋଗ କରେ । ଏହି ବ୍ୟବହାର ବ୍ୟକ୍ତିକୁ ଶାରୀରିକ ଓ ମାନସିକ ଭାବରେ ଅସୁସ୍ଥ କରିଦିଏ । ଏହା ଜୀବନହାନି କରାଇଥାଏ ।
କାରଣ-ଏନୋରେକ୍ସିଆର ସଠିକ୍ କାରଣ କ’ଣ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । କିନ୍ତୁ ଅନ୍ୟ ରୋଗ ପରି ଏହା ଲୋକଙ୍କର କ୍ଷତି କରିଥାଏ । ଏହାର କାରଣ ମଧ୍ୟରେ ରହିଛି ଜୈବିକ, ପର୍ଯ୍ୟାବରଣ, ମନୋବୈଜ୍ଞାନିକ ଓ ଅନ୍ୟ କିଛି କାରକ । ଏହା ବ୍ୟତୀତ ପାରିବାରିକ ଇତିହାସରେ ଯଦି କେହି ଗ୍ରସ୍ତ ଥାଆନ୍ତି ତେବେ ବ୍ୟକ୍ତି ଉଚ୍ଚ ମାତ୍ରାରେ ଏନୋରେକ୍ସିଆରେ ପୀଡ଼ିତ ହୋଇପାରେ ।

Related Articles

Leave a Reply

Your email address will not be published.

Back to top button