ଅଣ୍ଟା ଓ ପିଠି ଯନ୍ତ୍ରଣାରୁ ରକ୍ଷା ପାଇବାର ଉପାୟ

ଏବେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ୟ୍ୟନ୍ତ , ସମସ୍ତଙ୍କ କ୍ଷେତ୍ରରେ ଅଣ୍ଟା ଓ ପିଠି ଯନ୍ତ୍ରଣା ଏକ ବଡ ସମସ୍ୟା ହୋଇ ଦେଖାଦେଉଛି । ଏହି ସମସ୍ୟାର ବିଭିନ୍ନ ପ୍ରକାରର କାରଣ ରହିଛି । ଏଥିରୁ ଉପଶମ ପାଇବା ପାଇଁ କେହିକେହି ବିଭିନ୍ନ ପ୍ରକାରର ଔଷଧ ଖାଆନ୍ତି ତ, କେହିକେହି ଘରୋଇ ଉପଚାର ଅବଲମ୍ବନ କରନ୍ତି । ତେବେ ଏହି ସମସ୍ୟା ପାଇଁ ଯୋଗର ଭୂମିକା ବହୁତ୍ ଗୁରୁତ୍ୱପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର ଉପାୟ ସମ୍ପର୍କରେ ।

-ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ଗୋଟିଏ ପୋଜିସନରେ ବସି ରହିବା ଦ୍ୱାରା, ଏହାର ପ୍ରଭାବ ଅଣ୍ଟା ଓ ପିଠି ଉପରେ ପଡିବାର ସମ୍ଭାବନା ରହିଥାଏ । ତେଣୁ ଏଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହି ସମସ୍ୟାରୁ ଘରୋଇ ଉପଚାର ମାଧ୍ୟମରେ ଆରାମ ପାଇବାର ସହଜ ଉପାୟ ହେଉଛି ଯୋଗ । ଏହି ସମସ୍ୟା ଥିଲେ ଏଥିପାଇଁ ଯୋଗ ମଧ୍ୟରେ ଈଷଙ୍କହବଦ୍ଭଶବଗ୍ଦବଦ୍ଭବ କରିବା ବହୁତ୍ ଲାଭଦାୟକ । ଯାହା କରିବା ଫଳରେ ଏହି ସମସ୍ୟାରୁ ଆରାମ ମିଳିଥାଏ ।

ନିୟମିତ ଏହା କରିବା ଫଳରେ, ଏହି ସମସ୍ୟାରୁ ଆରାମ ମିଳିଥାଏ । କିନ୍ତୁ ଯୋଗ କରିବା ସମୟରେ ମଧ୍ୟ ମନେ ରଖିବା ଉଚିତ ଯେ, ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଯୋଗ କରିବା ସମୟରେ, ଅଧିକ ସମୟ ଧରି ଗୋଟିଏ ପୋଜିସନରେ ବସି ରହିବା ଅନୁଚିତ୍ । ଅଳ୍ପ ସମୟ ବ୍ୟବଧାନରେ କିଛି କିଛି ସମୟ ଉଠିବା ଆବଶ୍ୟକ ।


-ଯଦି କୌଣସି ବ୍ୟକ୍ତିଙ୍କର ଏହି ସମସ୍ୟା ଅଧିକ ମାତ୍ରାରେ ବଢିଯାଇଥାଏ, ତେବେ ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

-ଏହି ସମସ୍ୟା ପାଇଁ ଘରୋଇ ଉପାୟରେ ଗରମ ସେକ,ବରଫର ବ୍ୟବହାର ମଧ୍ୟ କରାଯାଇଥାଏ ।

– ଅଣ୍ଟା ଯନ୍ତ୍ରଣା ପାଇଁ ବେଲ୍ଟ ବ୍ୟବହାର ମଧ୍ୟ କରିପାରିବେ ।

-ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତି ମାନେ ଅଧିକ ସମୟ ଧରି ଗୋଟେ ସ୍ଥାନରେ ବସି ନରହି ଅଳ୍ପ ସମୟ ବ୍ୟବଧାନରେ ଚଳପ୍ରଚଳ କରିବା ଆବଶ୍ୟକ ।

-ନିୟମିତ ଯୋଗ କରିବା ଆବଶ୍ୟକ ।

-ଅଧିକ ଓଜନ ଜିନିଷ ଉଠାଇବା ଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରଖିବା ଆବଶ୍ୟକ ।

-ଏହାସହିତ ନିଜର ଖାଦ୍ୟ,ପାନୀୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

Related Articles

Leave a Reply

Your email address will not be published.

Back to top button