ଶୀତ ଦିନେ ଆପଣଙ୍କ ସ୍କିନ୍ ଡ୍ରାଏ ନ ହେବାର ଉପାୟ

ଚର୍ମ ପାଇଁ ଶୀତ ଋତୁ ଅତ୍ୟନ୍ତ କଷ୍ଟକର ହୋଇଥାଏ । ଏହି ଋତୁରେ, ସ୍କିନ୍ ବହୁତ ଡ୍ରାଏ ହୋଇଯାଏ। ଯେଉଁମାନଙ୍କ ସ୍କିନ୍ ଡ୍ରାଏ ସେମାନଙ୍କ ପାଇଁ ଏହା ଅଧିକ ସମସ୍ୟା ହୋଇଯାଏ । ଏହିପରି ଲୋକଙ୍କୁ ୨୪ ଘଣ୍ଟା ମୁହଁକୁ ମଶ୍ଚରାଇଜ୍ କରି ରଖିବାକୁ ପଡେ। ଯଦି ଗାଧୋଇବା ପରେ ଆପଣ ତୁରନ୍ତ ମୁହଁରେ କୌଣସି କ୍ରିମ୍ ଲଗାନ୍ତି ନାହିଁ, ତେବେ ପ୍ୟାଚେଜ୍ ପଡିଯାଏ। ତେବେ ଚାଲନ୍ତୁ ଜାଣିବା କିଛି ଏପରି ଟିପ୍ସ ବିଷୟରେ, ଯାହାକୁ ପ୍ରୟୋଗ କରି ଆପଣ ଚର୍ମର ସୌନ୍ଦର୍ଯ୍ୟ ବଜାୟ ରଖିପାରିବେ।
-ଅତ୍ୟଧିକ ଗରମ ପାଣିରେ ସ୍ନାନ କରନ୍ତୁ ନାହିଁ । ଏହା ଚେହେରାକୁ ଅଧିକ ଦୁର୍ବଳ କରିଦିଏ । ଏହାଦ୍ୱାରା, ଚେହେରାର ପ୍ରାକୃତିକ କୋମଳତା ଦୂରେଇଯାଏ। ତେଣୁ, ଆବଶ୍ୟକ ଅନୁଯାୟୀ ଗରମ ପାଣି ବ୍ୟବହାର କରନ୍ତୁ।
-ଗାଧୋଇବା ପରେ ମୁହଁକୁ ଟାୱେଲରେ ଘଷି ପୋଛନ୍ତୁ ନାହିଁ । ଏହା ଆପଣଙ୍କ ଚେହେରାର ମଶ୍ଚରାଇଜଡ୍ ପରିମାଣକୁ ହ୍ରାସ କରିଥାଏ । ସବୁବେଳେ ହାଲୁକା ହାତରେ ମୁହଁକୁ ଡ୍ୟାପ୍ ଡ୍ୟାପ୍ କରି ପୋଛନ୍ତୁ। ଏହା ଦ୍ୱାରା ଚର୍ମ ଶୁଷ୍କ ହୋଇନଥାଏ ।
-ଥଣ୍ଡା ପାଗରେ ମୃଦୁ କ୍ଲିନ୍ଜର୍ ବ୍ୟବହାର କରନ୍ତୁ। ଯାହାଦ୍ୱାରା ଚେହେରାର ଉଭୟ ଚମକ ଏବଂ ଆର୍ଦ୍ରତା ରହିଥାଏ । ଶୀତଦିନେ ଆପଣଙ୍କ ଚର୍ମ ତେଲିଆ ହୋଇଥିଲେ ମଧ୍ୟ ମଶ୍ଚରାଇଜର ବ୍ୟବହାର କରନ୍ତୁ।
-ଥଣ୍ଡା ପାଗରେ ଆପଣ ଆଲୋ ଭେରା ଜେଲ୍ ବ୍ୟବହାର କରିବା ଜରୁରୀ । ଏହି ନାଚୁରାଲ୍ ପ୍ରଡକ୍ଟ ଆପଣଙ୍କ ଚର୍ମରେ ଆର୍ଦ୍ରତା ବଜାୟ ରଖିବା ସହିତ ଦାଗ ମୁକ୍ତି କରିବ।
-ଶୀତ ଋତୁରେ ଓଠ ଡ୍ରାଏ ହେବାର ସମସ୍ୟା ମଧ୍ୟ ରହିଥାଏ । ତେଣୁ ଏଥିପାଇଁ ଆପଣଙ୍କୁ ମଶ୍ଚରାଇଜ ମଧ୍ୟ କରିବା ଆବଶ୍ୟକ । ସର୍ବଦା ଲିପ୍ ବାମ୍ ପାଖରେ ରଖନ୍ତୁ।

Related Articles

Leave a Reply

Your email address will not be published.

Back to top button