ତ୍ୱଚାରେ ଲେମ୍ବୁ ଓ ଲୁଣର ବ୍ୟବହାର

ତ୍ୱଚାରେ ଚମକ ଆଣିବା ଲାଗି ଲୋକମାନେ ବହୁ ମହଙ୍ଗା ଜିନିଷ ବ୍ୟବହାର କରନ୍ତି । ତେବେ ଘରୋଇ ଉପାୟରେ ଲେମ୍ବୁ ଓ ଲୁଣର ବ୍ୟବହାର ତ୍ୱଚା ପାଇଁ ଉପକାରୀ । ଏହା ଉଜ୍ୱଳ ଓ ଦାଗହୀନ ତ୍ୱଚା ପ୍ରଦାନ କରେ ।
– ଏହା ତ୍ୱଚା ମୂଳରୁ ମଇଳା ସଫା କରେ । ଏହା ଦ୍ୱାରା ତ୍ୱଚାରୁ ମୃତ କୋଷ ସହଜରେ ବାହାରିଥାଏ ।
– ତୈଳାକ୍ତ ତ୍ୱଚା ଲାଗି ଏହା ଖୁବ୍ ଉପକାରୀ । ତ୍ୱଚାର ତୈଳ ଅଂଶକୁ ଦୂର କରେ । ଫଳରେ ବ୍ରଣ ଆଦି ସମସ୍ୟା ଦୂର ହୁଏ ।


– ଭଲ ଭାବେ ଏହା ତ୍ୱଚାକୁ ସଫା କରୁଥିବାରୁ ମୁହଁର ପ୍ରାକୃତିକ ଚମକ ଫେରିଥାଏ ।
– ଲେମ୍ବୁ ଓ ଲୁଣର ମିଶ୍ରଣକୁ ମୁହଁରେ ଲଗାଇଲେ ଏହା ଦାଗ ସମସ୍ୟା ଦୂର କରେ ।

Related Articles

Leave a Reply

Your email address will not be published.

Back to top button