ୟୁରିକ୍ ଏସିଡ଼ ଶରୀର ପାଇଁ କାଳ ହୋଇପାରେ

କର୍ମ ବ୍ୟସ୍ତତା ସତ୍ତ୍ୱେ ନିଜ ଶରୀରର ଧ୍ୟାନ ରଖିବା ଏକାନ୍ତ ଆବଶ୍ୟକ । ତେବେ ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ଏକ ଗୁରୁତର ସମସ୍ୟା । ଯେଉଁ କାରଣରୁ ଶରୀରରେ ଅନେକ ସମସ୍ୟା ଦେଖାଯାଏ । ୟୁରିକ୍ ଏସିଡ୍ ହେଉଛି ଏକ ରାସାୟନିକ ପଦାର୍ଥ ଯାହା ଆମ ସମସ୍ତ ଶରୀରରେ ତିଆରି ହୋଇଥାଏ । ଏହି ରାସାୟନିକ ଶରୀରରୁ କିଡନୀ ଦ୍ୱାରା ପରିସ୍ରା ମାଧ୍ୟମରେ ଫିଲ୍ଟର୍ କରାଯାଏ । ଯେତେବେଳେ ଶରୀରରୁ ୟୁରିକ୍ ଏସିଡ୍ ବାହାର କରାଯାଏ ନାହିଁ, ଏହା ଗଣ୍ଠିରେ ଜମା ହେବା ଆରମ୍ଭ କରେ । ଯେତେବେଳେ ଶରୀରରେ ୟୁରିକ୍ ଏସିଡର ସ୍ତର ବଢ଼ି ଯାଇଥାଏ, ମାଂସପେଶୀ ଫୁଲିଯିବା ଆରମ୍ଭ କରେ ଓ ଗଣ୍ଠିରେ ବହୁତ ଯନ୍ତ୍ରଣା ହୁଏ । ଯେତେବେଳେ ଗଣ୍ଠି ଯନ୍ତ୍ରଣା ବଢେ ଏହା ଗାଉଟ ସୃଷ୍ଟି କରେ । ଏହି ରୋଗ ହେତୁ ହାତ, ପାଦ ଓ ମାଂସପେଶୀରେ ଯନ୍ତ୍ରଣା ହେବାରେ ଲାଗେ । ଏହି ସମୟରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ । ଯାହାଦ୍ୱାରା ୟୁରିକ୍ ସ୍ତର ନିୟନ୍ତ୍ରଣରେ ରହିଥାଏ । ତେଣୁ ଚାଲନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

– ୟୁରିକ୍ ଏସିଡ୍ ନିୟନ୍ତ୍ରଣରେ ରଖିବା ପାଇଁ ହେଲେ ଆପଣ ଅଧିକ ଗାଜର ଖାଇବାକୁ ପଡିବ  ।
– ଏହି ସମୟରେ ଆପଣଙ୍କ ଖାଦ୍ୟରେ ବିଟ୍ ଅନ୍ତର୍ଭୂକ୍ତ କରନ୍ତୁ, ଏହା ଆପଣଙ୍କର ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
– ଏହା ବ୍ୟତୀତ ପୁଦିନା ଏବଂ ଟମାଟୋ ଅଧିକରୁ ଅଧିକ ଖାଆନ୍ତୁ । ଏହା ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
– ଖାଦ୍ୟରେ ପିଆଜ, କାକୁଡି, କ୍ୟାପସିକମ୍ ଅନ୍ତର୍ଭୂକ୍ତ କରନ୍ତୁ ।

Related Articles

Leave a Reply

Your email address will not be published.

Back to top button