ତୁଳସୀ ମାହାତ୍ମ୍ୟ : ବ୍ରହ୍ମାଙ୍କ ବରଦାନ

ତୁଳସୀ ବ୍ରହ୍ମଦେବ ଙ୍କୁ ଦେଖି ବିନୟ ପୂର୍ବକ କହିଲେ। ହେ ବ୍ରହ୍ମଦେବ ମୁଁ ପୂର୍ବଜନ୍ମରେ ଜଣେ ଗୋପୀଥିଲି ଓ ମୁଁ ଶ୍ରୀକୃଷ୍ଣ ଙ୍କ ପ୍ରିୟସୀ  ରାଧା ରାଣୀ ଙ୍କ ସେବା କରୁଥିଲି  । ମୁଁ ରାଧାରାଣୀଙ୍କ ଏକ ଅଂଶ ଅବତାର ଓ ପ୍ରିୟ ସଖି ଥିଲି  । କିନ୍ତୁ ଦିନେ ରାସ ନୃତ୍ୟ ସ୍ଥାନରେ କୃଷ୍ଣ ମୋ ସହିତ ଘନିଷ୍ଠ ହୋଇଗଲେ ତାହା ଦେଖି ଅତ୍ୟଧିକ ହର୍ଷିତ ହୋଇ ମୁଁ ଅଚେତ ହୋଇଗଲି । ଯେତେବେଳେ ମୁଁ ସେଠାରେ ଅଚେତ ଅବସ୍ଥା ରେ ପଡିଥିଲି ହଠାତ୍ ରାଧାରାଣୀ ଆସି ପହଂଚିଲେ । ମତେ ସେହି ସ୍ଥିତିରେ ଦେଖି କ୍ରୋଧିତ ହୋଇ ପ୍ରଥମେ ଭଗବାନ  କୃଷ୍ଣଙ୍କ ଉପରେ ରାଗିଲେ ଏବଂ ମତେ ଶାପ୍ୟ ଦେଲେ । ମତେ କହିଲେ , ଚାଲିଯାଅ ଏଠାରୁ ଆଉ ଗୋଟିଏ ମନୁଷ୍ୟ ଜନ୍ମ ଗ୍ରହଣ କରେ ।

ସେତେବେଳେ ଭଗବାନ କୃଷ୍ଣ ତୁଳସୀଙ୍କୁ କହିଲେ, ଯେତେବେଳେ ତୁମେ ଭାରତ ବର୍ଷ ରେ ଜନ୍ମ ନେଇ ତପସ୍ୟା କରିବ । ସେତେବେଳେ ବ୍ରହ୍ମା ଆଶି ଆଶିର୍ବାଦ ଦେବେ ଚତୁର୍ଭୁଜ ନାରାୟଣ ପାଇବା ପାଇଁ । ଯିଏ ମୋର ହିଁ ଅବତାର । ତୋର ବିବାହ ର ପ୍ରବନ୍ଧ ସେ କରିବେ  । ଏତକ କହି କୃଷ୍ଣ ଅନ୍ତର୍ଦ୍ଧାନ ହୋଇଗଲେ । ଏହିପରି ମୁଁ ଏହି ଜଗତରେ ଜନ୍ମ ନେଲି କୃପାକରି ମତେ ସେହି ବରଦାନ ଦିଅ ।  ଯାହା ଦ୍ୱାରା ମୁଁ ନାରାୟଣ ଙ୍କୁ ନିଜ ପତି ରୂପରେ ପ୍ରାପ୍ତ କରିବି ।

ବ୍ରହ୍ମା କହିଲେ,ହେ ତୁଳସୀ ! ସୁଦାମା କୃଷ୍ଣ ଙ୍କ ଆଂଶିକ ଅବତାର ଥିଲେ ଏବଂ ଭୂଲୋକରେ କୃଷ୍ଣ ଙ୍କ ମିତ୍ର ରୂପେ ପରିଚିତ ହୋଇଥିଲେ । ରାଧାରାଣୀ ଦେବା ଶାପ୍ୟ ର ଫଳ ସ୍ୱରୂପ ବର୍ତ୍ତମାନ ସମୟରେ ସେ ପୃଥିବୀରେ ଦାନବ ମାନଙ୍କ ସହିତ ରହୁଛନ୍ତି । ତାଙ୍କ ନାମ ଶଙ୍ଖଚୁଡ। ସେ ଅଧିକ ବଳବାନ ଓ ଶକ୍ତି ଶାଳୀ ଅଟନ୍ତି । ଗୋଲୋକରେ ଥିବା ବେଳେ ତୁମ ଉପରେ ବହୁତ ଆକର୍ଷିତ ଥିଲେ ତୁମ ସହିତ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ରାଧାରାଣୀ ଙ୍କୁ ଡରି ତୁମକୁ କିଛି ଜଣାଇ ନ ଥିଲେ । ଯେମିତି ତୁମେ ନିଜ ପୂର୍ବଜନ୍ମର କଥା ମନ ରଖିଛ ସେମିତି ଶଙ୍ଖଚୁଡ ମଧ୍ୟ ମନ ରଖିଛି  । ସେ ତୁମକୁ ପତ୍ନୀ ରୂପେ ପାଇବା ପାଇଁ କୋଠର ତପସ୍ୟା କରୁଛି । ମୁଁ ଏବେ ତାଙ୍କ ଇଛା ପୂରଣ କରିବାକୁ ଚାହୁଛି ତେଣୁ ହେ ସୁନ୍ଦରୀ ତୁମେ ତାଙ୍କ ସହିତ ବିବାହ କରିବା ପାଇଁ ସ୍ୱୀକୃତି ଦେଇ ଦିଅ । ପରେ ଦୈବୀ ଶକ୍ତି ପ୍ରଭାବରେ ନାରାୟଣ ପତି ରୂପରେ ପ୍ରାପ୍ତ ହେବେ ତୁମକୁ  । ତତ୍ ପଶ୍ଚାତ୍ ସେ ତୁମକୁ ଶାପ୍ୟ ଦେବେ  । ସେହି ଶାପ୍ୟ ର ପ୍ରଭାବରେ ପବିତ୍ର ତୁଳସୀ ବୃକ୍ଷ ରୂପରେ ପରିବର୍ତ୍ତିତ ହୋଇଯିବ  ।  ଯେଉଁ ବୃକ୍ଷ ସବୁ ବୃକ୍ଷ ଠାରୁ ଶ୍ରେଷ୍ଠ ହେବ ଓ ଭଗବାନ୍ ନାରାୟଣ ଙ୍କ ପ୍ରାଣ ଠାରୁ ପ୍ରିୟ ହୋଇଯିବ  । ଭଗବାନ୍ ନାରାୟଣ ଙ୍କ ପୂଜା ତୁମର ପତ୍ର ବିନା ପୂର୍ଣ୍ଣ ହେବ ନାହିଁ  । ତୁଳସୀ ଦେବୀ ପ୍ରସନ୍ନ ହୋଇ କହିଲେ ହେ ପିତା ! ମୁଁ ଆପଣଙ୍କୁ ସତ୍ୟ କହୁଛି ମୁଁ ଯେତିକି ଦୁଇଭୁଜ ଶ୍ରୀକୃଷ୍ଣ ଙ୍କ ପ୍ରେମମୟ ଭକ୍ତ ରହିଛି  ସେତିକି ଚତୁର୍ଭୁଜ ନାରାୟଣ ଙ୍କ ନାହିଁ । କାରଣ ଗୋଲୋକରେ କୃଷ୍ଣ ଙ୍କ ସହିତ ଅକସ୍ମାତ୍ ଘନିଷ୍ଠ ସମୟ ରେ ବାଧାଦିଆ ଗଲା ତେଣୁ ତାଙ୍କ ପାଇଁ ମୁଁ ଲାଳାୟିତ ରହିଛି । ପରନ୍ତୁ ଆପଣଙ୍କ କୃପାରେ ମୁଁ ଶ୍ରୀକୃଷ୍ଣ ଙ୍କୁ ପାଇଯିବି ।  ଯାହା  ବହୁତ କଠିନ  ।ଦୟାକରି ମତେ ସେହି ବରଦାନ ଦିଅନ୍ତୁ ଯାହା ଦ୍ୱାରା ମୋ ମନରୁ ରାଧା ରାଣୀ ଙ୍କ ଭୟ ଦୂର ହୋଇଯିବ ।

Related Articles

Leave a Reply

Your email address will not be published.

Back to top button