ଟେକ୍ନୋଲୋଜି

ବର୍ତ୍ତମାନ ଆମେ ଟେକ୍ନୋଲୋଜି ଉପରେ ଏତେ ନିର୍ଭରଶୀଳ ଯେ, ଏହା ବିନା କୌଣସି କାର୍ଯ୍ୟ କଳ୍ପନା କରିବା ଯେପରି ଅସମ୍ଭବ ମନେହେଉଛି। ତେବେ ଆସନ୍ତୁ ଜାଣିବା ଏହି ଟେକ୍ନୋଲୋଜିକୁ ନେଇ କେତୋଟି କୌତୂହଳପୂର୍ଣ୍ଣ ତଥ୍ୟ…
ଆମେରିକାର ପଦାର୍ଥବିଜ୍ଞାନୀ ଜନ୍‌ ମୌଚ୍‌ଲୀ ଏବଂ ଇଞ୍ଜିନିୟର ଜେ. ପ୍ରେସ୍ପର୍‌ ଏକର୍ଟଙ୍କ ଦ୍ୱାରା ୧୯୪୩ ମସିହାରେ ପୃଥିବୀର ପ୍ରଥମ କମ୍ପ୍ୟୁଟର ଏନିଆକ୍‌ (ଇଲେକ୍ଟ୍ରୋନିକ୍‌ ନ୍ୟୁମେରିକାଲ ଇଣ୍ଟିଗ୍ରେଟର ଆଣ୍ଡ କମ୍ପ୍ୟୁଟର) ଉଦ୍ଭାବନ କରାଯାଇଥିଲା। ଏହାର ଲମ୍ବା ୫୦ ଫୁଟ୍‌ ଏବଂ ଚଉଡା ୩୦ ଫୁଟ ଥିଲା। ଏହି ବୃହଦାକାର କମ୍ପ୍ୟୁଟରର ଦାମ୍‌ ୪,୫୦,୦୦୦ ଡଲାର ଥିଲା।
୧୯୬୯ ମସିହା ଅକ୍ଟୋବର ୨୯ ତାରିଖରେ ଆମେରିକାର ସୁରକ୍ଷା ବିଭାଗର ଆଡଭାନ୍ସ ରିସର୍ଚ୍ଚ ପ୍ରୋଜେକ୍ଟସ୍‌ ଏଜେନ୍ସି ଦ୍ୱାରା ୪ଟି ୟୁନିଭର୍ସିଟିକୁ କମ୍ପ୍ୟୁଟର ନେଟ୍‌ଓ୍ବର୍କିଂ ଦ୍ୱାରା ଯୋଡି ରଖାଯାଇଥିଲା, ଯାହାର ନାମ ଅର୍ପାନେଟ୍‌ (ଆଡ୍‌ଭାନ୍ସ ରିସର୍ଚ୍ଚ ପ୍ରୋଜେକ୍ଟସ୍‌ ଏଜେନ୍ସି ନେଟ୍‌ଓ୍ବର୍କ) ରଖାଯାଇଥିଲା।
୧୯୮୩ ଅକ୍ଟୋବରରେ ମାଇକ୍ରୋସଫ୍ଟ ଦ୍ୱାରା ଓ୍ବାର୍ଡ ପ୍ରୋସେସିଂ ସଫ୍ଟଓ୍ବେର ଏମ୍‌ଏସ୍‌ ଓ୍ବାର୍ଡ ଆରମ୍ଭ କରାଯିବା ପରେ କମ୍ପ୍ୟୁଟରରେ ଟାଇପ୍‌ କରିବା ସହଜ ହୋଇପାରିଲା।
ବ୍ରିଟିଶ୍‌ ବୈଜ୍ଞାନିକ ଟିମ୍‌ ବର୍ନର୍ସ ଲି ୧୯୯୦ ମସିହାରେ ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌(ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ)ର ଆବିଷ୍କାର କରିଥିଲେ। ୧୯୯୨ରେ ଇଲିନୋଇସ୍‌ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଥମ ଓ୍ବେବ୍‌ ବ୍ରାଉଜର୍‌ ଲଞ୍ଚ କରାଯାଇଥିଲା।
ଟେକ୍ନୋଲୋଜି ଦୁନିଆରେ ଆହୁରି ଉନ୍ନତି ଘଟିଲା ସ୍ମାର୍ଟଫୋନ୍‌ ଆସିବାପରେ। ଆଇବିଏମ୍‌ ଦ୍ୱାରା ୧୯୯୨ ମସିହାରେ ସ୍ମାର୍ଟଫୋନ୍‌ ଆରମ୍ଭ କରାଯାଇଥିଲା, ଯାହାକୁ ଫ୍ରାଙ୍କ୍‌ କାନୋଭା ତିଆରି କରିଥିଲେ।
ଇଣ୍ଟରନେଟ୍‌ର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲ୍‌ ୧୯୯୮ ମସିହା ସେପ୍ଟେମ୍ବର ୨୭ ତାରିଖରେ ଲ୍ୟାରୀ ପେଜ୍‌ ଏବଂ ସର୍ଗି ବ୍ରେନ୍‌ଙ୍କ ଦ୍ୱାରା ଏକ ରିସର୍ଚ୍ଚ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button