ପିଲାଙ୍କୁ ଗଢ଼ନ୍ତୁ ଏମିତି

ପିଲାଙ୍କୁ ଲାଳନପାଳନ କରି ଭଲ ମଣିଷ କରିବାକୁ ହେଲେ ଛୋଟବେଳରୁ ହିଁ ସବୁ ଦିଗକୁ ଦୃଷ୍ଟି ଦେବାକୁ ହେବ। ତେବେ ଏନେଇ ଜାଣି ରଖନ୍ତୁ କିଛି ଟିପ୍ସ।

ପିଲାଙ୍କୁ ଆପଣ ଜନ୍ମ ଦେଇଛନ୍ତି ସତ କିନ୍ତୁ ସେମାନଙ୍କୁ ନିଜ ସମ୍ପତ୍ତି ଭାବି ନିଜ ଇଚ୍ଛାକୁ ଲଦିବାକୁ ଚେଷ୍ଟା କରନ୍ତୁ ନାହିଁ। ବରଂ ସେମାନଙ୍କ ସ୍ବପ୍ନକୁ ସମର୍ଥନ କରି ଖୁସିରେ ଜୀବନ ବିତାନ୍ତୁ।
ବେଳେବେଳେ ଅଭିଭାବକମାନେ ନିଜେ ପୂରା କରିପାରି ନ ଥିବା ସ୍ବପ୍ନକୁ ପିଲାଙ୍କ ମାଧ୍ୟମରେ ପୂରା କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏପରି ନ କରି ପିଲାମାନେ କ’ଣ କରିବାକୁ ଚାହୁଁଛନ୍ତି ସେକଥା ବୁଝିବାକୁ ଚେଷ୍ଟା କରନ୍ତୁ। ସେମାନଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ସବୁ ପ୍ରକାରର ସହଯୋଗ କରନ୍ତୁ।
ଛୋଟବେଳରୁ ପିଲାମାନେ ଯେ ସବୁ ଶିଖି ଯିବେ ସେକଥା ଅଭିଭାବକମାନେ ଭାବିବା ଠିକ୍‌ ନୁହେଁ। ଶିଖିବାର ଏକ ନିର୍ଦ୍ଦିଷ୍ଟ ବୟସ ଥାଏ। ତେଣୁ ପିଲାଙ୍କୁ ଛୋଟ ବୟସରେ ସବୁ କରିବା ପାଇଁ ଚାପ ପକାନ୍ତୁ ନାହିଁ।
ପିଲା ଛୋଟବେଳରୁ ଯେଉଁ ପରିବେଶରେ ବଡ ହୁଏ ସେହି ଅନୁସାରେ ତା’ର ଭବିଷ୍ୟତ ଗଢିହୁଏ। ତେଣୁ ପିଲାଙ୍କୁ ଛୋଟବେଳେ ଏକ ସୁନ୍ଦର ହସଖୁସିଭରା ପରିବେଶରେ ବଢିବାକୁ ଦିଅନ୍ତୁ।
ପିଲାଙ୍କ ସହ ସାଙ୍ଗ ଭଳି ମିଶନ୍ତୁ। ଅଭିଭାବକମାନେ ପିଲାଙ୍କ ସହ ସାଙ୍ଗ ଭଳି ବ୍ୟବହାର କଲେ ସେମାନେ ବାହାର ପିଲାଙ୍କ ସହ କମ୍‌ ମିଶିବେ। ପିଲାମାନେ ବି ଅଭିଭାବକଙ୍କ ସହ ନିଜର ସାଙ୍ଗ ଭଳି ହୃଦୟର ସବୁ କଥା ଶେୟାର କରିପାରିବେ। ତେଣୁ ଏକ ସମୟରେ ପିଲାଙ୍କୁ ବାପା ମା’ଙ୍କର ସ୍ନେହ ମିଳିବା ସହିତ ପିଲାମାନେ କୌଣସି ଭୁଲ୍‌ କାମ କରିବା ପୂର୍ବରୁ ତାଙ୍କୁ ଠିକ୍‌ ରାସ୍ତାକୁ ଆଣିବାର ସୁଯୋଗ ପାଇପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button