ଅଦରକାରୀ ନୁହେଁ ପିଆଜ ଚୋପା ! କେଶ ପାଇଁ ଅଟେ ବେଶ୍‌ ଉପକାରୀ

ପିଆଜ ଚୋପା, ଅଧିକାଂଶ ଲୋକ ଏହାକୁ ଅଦରକାରୀ ଭାବନ୍ତି । କିନ୍ତୁ ଜାଣନ୍ତି ଏହା ଖୁବ୍‌ ଲାଭଦାୟକ । ଖାସ୍‌ କରି କେଶ ଏବଂ ବଗିଚା ପାଇଁ ଏହା ବେଶ୍‌ ଉପକାରୀ। ପିଆଜ ଚୋପାକୁ ଫୋପାଡ଼ିବା ପରିବର୍ତ୍ତେ, ଆପଣ କିଛି ବିଶେଷ ଉପାୟରେ ଆପଣଙ୍କ ଉଦ୍ଭିଦକୁ ସୁସ୍ଥ ଏବଂ କେଶକୁ ସୁନ୍ଦର କରିପାରିବେ। ଆସନ୍ତୁ ଜାଣିବାଟ୍ଟ ପିଆଜ ଚୋପାକୁ ଗୁଣ୍ଡ କରି ଏଥିରେ ଆଲୋଭେରା ଜେଲକୁ ମିଶାଇ ଲଗାନ୍ତୁ । ଏପରି କରିବା ଦ୍ବାରା ଏହା କେଶ ଲମ୍ବା, ଶକ୍ତିଶାଳୀ ଏବଂ ଚକଚକ୍ କରିବ।

ଏହାବ୍ୟତୀତ ପିଆଜ ଚୋପାକୁ ପାଣିରେ ଫୁଟାନ୍ତୁ ଏବଂ ଥଣ୍ଡା କରି ଏହାକୁ କେଶରେ ଲଗାନ୍ତୁ । ୩୦ ମିନିଟ୍ ପରେ କେଶକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହା ଆପଣଙ୍କ କେଶର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କେଶକୁ ସୁସ୍ଥ ରଖିବା ପାଇଁ ନଡ଼ିଆ ତେଲରେ ପିଆଜ ଚୋପା ଗୁଣ୍ଡକୁ ମିଶାଇ ଲଗାଇ ପାରିବେ ।  ଲଗାଇବାର ୩୦ ମିନିଟ୍ ପରେ କେଶକୁ ଧୋଇ ଦିଅନ୍ତୁ। ଏହା ଅନେକ କେଶ ସମସ୍ୟାକୁ ଦୂରେଇଥାଏ ।

ସେହିପରି ପିଆଜ ଚୋପାରୁ ଆପଣ ସାର ଏବଂ କମ୍ପୋଷ୍ଟ ତିଆରି କରିପାରିବେ। ଏହାକୁ ମାଟିରେ ପକାଇ ଦିଅନ୍ତୁ । ଏହା ନଷ୍ଟ ହେବା ପରେ ଏଥିରେ ଥିବା କ୍ୟାଲସିୟମ ଏବଂ ପୋଟାସିୟମ ମାଟିକୁ ପୋଷଣ ଦେବାରେ ସହାୟକ ହୋଇଥାଏ । ଯେଉଁଥିପାଇଁ ଗଛଗୁଡିକ ଶୀଘ୍ର ମଧ୍ୟ ବଢିପାରିବେ ।

Related Articles

Leave a Reply

Your email address will not be published.

Back to top button