କୁମ୍ଭୀରକୁ ବିବାହ କଲେ ମେୟର

ମେକ୍ସିକୋ: ମେକ୍ସିକୋରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ସାନ ପେଡ୍ରୋ ହୁଆମେଲୁଲା ସହରର ମେୟର ଭିକ୍ଟର ହୁଗୋ ସୋସା ଏକ ପାରମ୍ପରିକ ସମାରୋହରେ ଏକ ମାଈ କୁମ୍ଭୀରକୁ ବିବାହ କରିଛନ୍ତି। ପରମ୍ପରା ଅନୁଯାୟୀ, ଏହା କରିବା ଦ୍ୱାରା ଶୁଭଫଳ ମିଳିଥାଏ। ଉଲ୍ଲେଖନୀୟ ବିଷୟ, କୁମ୍ଭୀରଟି ସ୍ଥାନୀୟ ଇତିହାସରେ ରାଜକୁମାରୀ ଭାବରେ ପରିଗଣିତ। ମେୟର କହିଛନ୍ତି, ମୁଁ ଦାୟିତ୍ୱ ଗ୍ରହଣ କଲି। କାରଣ ଆମେ ପରସ୍ପରକୁ ଭଲପାଉ। ତୁମେ ପ୍ରେମ ବିନା ବିବାହ କରିପାରିବ ନାହିଁ, ମୁଁ ରାଜକୁମାରୀକୁ ବିବାହ କରିଛି। ଶେଷରେ ମେୟର ତାଙ୍କ କୁମ୍ଭୀର କନ୍ୟା ସହିତ ଡ୍ୟାନ୍ସ ବି କରିଛନ୍ତି। ଏହି କାର୍ଯ୍ୟକ୍ରମ ସଂସ୍କୃତି ପାଳନ କରିଥାଏ, ଯାହା ଲୋକମାନଙ୍କୁ ଆନନ୍ଦ ଦେଇଥାଏ। ମେୟର କୁମ୍ଭୀରକୁ ଚୁମ୍ବନ ଦେଇ ସମାରୋହ ଶେଷ ହୋଇଥିଲା।

Related Articles

Leave a Reply

Your email address will not be published.

Back to top button