ଜାଣନ୍ତୁ ଭାତ ଖାଇବା ପରେ ଓ ପୂର୍ବରୁ କେଉଁ ଖାଦ୍ୟ ଖାଇବା ଉଚିତ୍‌‌ ଓ ଅନୁଚିତ୍‌‌

ଭାରତୀୟ ଖାଦ୍ୟରେ ଭାତ ଏକ ମୁଖ୍ୟ ଖାଦ୍ୟ। ତେଣିକି ତାହା ଘରୋଇ ରନ୍ଧା ଭାତ ହେଉ କିମ୍ବା ବିରିୟାନୀ। ଅନେକ ସମୟରେ ଭାତ ଖାଇବା ପରେ ଏଭଳି କିଛି ଖାଦ୍ୟ ଖାଇ ଥାଆନ୍ତି, ଯାହା ପେଟ ପାଇଁ କ୍ଷତିକାରକ ହେବା ସହ ପାଚନ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଭାତକୁ ଭଲ ଭାବେ ହଜମ ହେବା ପାଇଁ କିଛି ଖାଦ୍ୟକୁ ଭାତ ଖାଇବା ପୂର୍ବରୁ ଓ ପରେ ଖାଆନ୍ତୁ ନାହିଁ। ଭାତକୁ ଖାଇବା ସମୟରେ ଭଲ ଭାବେ ଚୋବାଇ ଖାଆନ୍ତୁ।

ଏହାଦ୍ୱାରା ଭଲ ଭାବେ ହଜମ ହୋଇଥାଏ। ଭାତ ଖାଇବା ପୂର୍ବରୁ ଅଧିକ ଫ୍ୟାଟ୍‌‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ହଜମ ହେବାକୁ ଅଧିକ ସମୟ ଲାଗିଥାଏ ଓ ଭାତରେ କାର୍ବୋହାଇଡ୍ରେଟ ଥିବାରୁ ଏହା ମଧ୍ୟ ହଜମ ହେବାରେ ସମୟ ନେଇଥାଏ। ତେଣୁ ଭାତ ଖାଇବା ପୂର୍ବରୁ ଫ୍ୟାଟ୍‌‌ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ। ଅନ୍ୟ ହାଲକା ଯୁକ୍ତ ଖାଦ୍ୟ ଖାଇପାରିବେ।

ଅଧିକ ମସଲାଯୁକ୍ତ ଖାଦ୍ୟ ପାଚନ ପାଇଁ କ୍ଷତିକାରକ। ଏହାଦ୍ୱାରା ଛାତିରେ ଜଳାପୋଡା, ଏସିଡିଟି ଆଦି ହୋଇଥାଏ। ଭାତ ଖାଇବା ପୂର୍ବରୁ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ପନିପରିବା ପାଚନ ପାଇଁ ଉପକାରୀ। ଭାତ ଖାଇବା ପୂର୍ବରୁ କଞ୍ଚା ପରିବା ଖାଆନ୍ତୁ ନାହିଁ। କଞ୍ଚା ପରିବାରେ ଫାଇବର ଅଧିକ ମାତ୍ରାରେ ରହିଥାଏ। ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ମଧ୍ୟ ହୋଇଥାଏ। ତେଣୁ ଏହାକୁ ସିଝାଇ କିମ୍ବା ବାମ୍ଫ ଦେବା ପରେ ଖାଆନ୍ତୁ।

ଯେଉଁମାନଙ୍କର ହଜମ ଜନିତ ସମସ୍ୟା ରହିଛି,ସେମାନେ ଭାତ ଖାଇବା ପରେ କୌଣସି କ୍ଷୀର କିମ୍ବା ଛେନା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ଭାତ ଖାଇବା ପରେ ଏସବୁ ଖାଦ୍ୟ ଖାଇବା ଦ୍ୱାରା ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଭାତ ଖାଇବା ପରେ ତୁରନ୍ତ ଅଧିକ ପ୍ରୋଟିନ୍‌‌ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ପାଚନ ତନ୍ତ୍ରକୁ ଧିମା କରିଥାଏ। ଖାଦ୍ୟ ହଜମ ହେବାକୁ ଅଧିକ ସମୟ ମଧ୍ୟ ଲାଗି ଥାଏ। ଭାତ ଖାଇବା ପରେ ସଙ୍ଗେ ସଙ୍ଗେ ମିଠା ଜାତୀୟ ଜିନିଷ କିମ୍ବା ମିଠା ଖାଆନ୍ତୁ ନାହିଁ। ଏହା ରକ୍ତରେ ଶର୍କରାର ସ୍ତରକୁ ବୃଦ୍ଧି କରିଥାଏ। ଶରୀରକୁ ଶକ୍ତି ଯୋଗାଇବାରେ ମଧ୍ୟ ପ୍ରଭାବ ପକାଇଥାଏ।

Related Articles

Leave a Reply

Your email address will not be published.

Back to top button