ଖେଚେଡି ଅନେକ ରୋଗରୁ ରକ୍ଷା କରିଥାଏ

ଭାରତର ଅଧିକାଂଶ ସ୍ଥାନରେ ଖେଚେଡି ଖାଇବାକୁ ପସନ୍ଦ କରିଥାଆନ୍ତି। ଏହା ଖାଇବାକୁ ଖୁବ୍‌‌ ସ୍ୱାଦିଷ୍ଟ। ଏହାସହ ଏହାକୁ ସୁପରଫୁଡ୍‌‌ ବୋଲି କୁହାଯାଏ। ଏହାକୁ ପ୍ରସ୍ତୁତି କରିବାକୁ ହଇରାଣ ହେବାକୁ ମଧ୍ୟ ପଡିନଥାଏ। ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଖେଚେଡି ଖାଇବାକୁ ପରାମର୍ଶ ଦେଇଥାଆନ୍ତି। ଏହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ।

ସାଧାରଣତଃ ଡାଲି,ଭାତକୁ ମିଶାଇ ଖେଚେଡି ପ୍ରସ୍ତୁତ କରାଯାଏ। ମାତ୍ର ଏହାକୁ ଅଧିକ ସ୍ୱାଦିଷ୍ଟ ଓ ପୋଷଣ ଯୁକ୍ତ କରିବା ପାଇଁ ଏଥିରେ ବିିଭିନ୍ନ ପ୍ରକାର ପନିପରିବା ଓ ଘିଅ ମଧ୍ୟ ମିଶାଇ ପ୍ରସ୍ତୁତ କରିପାରିବେ। ଖେଚେଡି ସହଜରେ ହଜମ ହୋଇଯାଏ। ଖେଚେଡିରେ ପ୍ରୋଟିନ୍‌‌,କାର୍ବୋହାଇଡ୍ରେଟ,ଫାଇବର ଆଦି ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ।

ଖେଚେଡି ଖୁବ ସହଜରେ ହଜମ ହୋଇଯାଏ। ଅନେକ ସମୟରେ କିଛି ଖାଦ୍ୟ ଖାଇବା ଦ୍ୱାରା ଗଳାରେ ଜଳାପୋଡା,ଏସିଡିଟି ଆଦି ହୋଇଥାଏ। ମାତ୍ର ଖେଚେଡି ଖାଇବା ଦ୍ୱାରା ଏହି ସମସ୍ୟା ହୋଇନଥାଏ। ଏହା ହାଲକା ଭୋଜନ ହେବାରୁ ପାଚନ ଜନିତ ସସମ୍ୟା ହୋଇନଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଏହା ଉପରେ କୁପ୍ରଭାବ ପଡିନଥାଏ।

ଖେଚେଡି ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଶରୀରରେ ଜଳୀୟଅଂଶର ଅଭାବ ହୋଇନଥାଏ। କ୍ୟାଲୋରୀ ଓ ଫ୍ୟାଟ୍‌‌ର ମାତ୍ରା ଖୁବ୍‌‌ କମ୍‌‌ ଥାଏ। ତେଣୁ ଖେଚେଡି ଖାଇବା ଦ୍ୱାରା ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ। ଫାଇବର ମାତ୍ରା ଅଧିକ ହେବାରୁ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିଥାଏ। ଫଳରେ ବାରମ୍ବାର ଖାଇବାକୁ ଇଚ୍ଛା ହୋଇନଥାଏ। ଓଜନ ହ୍ରାସ ହୋଇଥାଏ।

ନିଜ ଖାଦ୍ୟରେ ଖେଚେଡି ନିଶ୍ଚୟ ସାମିଲ କରନ୍ତୁ। ସାଗୁଦାନା ଖେଚେଡି ଖାଇବା ଦ୍ୱାରା ମଧୁମେହକୁ ରୋକିବାରେ ବେଶ ସହାୟକ ହୋଇଥାଏ। ଏହା ରକ୍ତରେ ଶର୍କରା ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ମଧୁମେହ ରୋଗୀଙ୍କ ପାଇଁ ଖେଚେଡି ସେବନ କରିବା ବେଶ ଲାଭଦାୟକ।

Related Articles

Leave a Reply

Your email address will not be published.

Back to top button