ମୋଟାପଣରୁ ମୁକ୍ତି ଚାହୁଁଛନ୍ତି, ଆଜି ହିଁ ଖାଦ୍ୟରେ ସାମିଲ୍‌ କରନ୍ତୁ ଏହି ସବୁ ଫଳ

ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି। ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍‌ର ସାହାରା ନେଉଛନ୍ତି। ଏହା ସହିତ କଠିନ୍‌ ଡାଏଟ୍‌, ମେଡିସିନ୍‌ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି। ତେବେ ଏହି ମୋଟାପାରୁ ମୁକ୍ତି ପାଇଁ ଓ୍ବାର୍କ ଆଉଟ୍‌ କରିବା ସହିତ ହେଲ୍‌ଦୀ ଡାଏଟ୍‌ ବହୁତ ଜରୁରୀ। ଏପରି କିଛି ଫଳ ରହିଛି, ଯାହା ବହୁତ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ। ସେହି ଫଳଗୁଡ଼ିକ ମଧ୍ୟରେ ରହିଛି –

ତରଭୁଜ

ତରଭୁଜ କମ୍‌ କ୍ୟାଲୋରୀ ହେବା ସହିତ ଏଥିରେ ଅଧିକମାତ୍ରାରେ ଫାଇବର, ପୋଟାସିୟମ୍‌, ଆଇରନ୍‌ ଓ ଭିଟାମିନ୍‌ – ଏ, ସି ଓ ବି ପ୍ରଚୁର ପରିମାଣରେ ରହିଥାଏ । ଏହି ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ କାଢିବାରେ ବହୁତ ସାହାଯ୍ୟ କରିଥାଏ ।  ଏହା ସହିତ ତରଭୁଜ୍‌ରେ ପ୍ରଚୁର ପରିମାଣରେ ପାଣି ଥାଏ । ଯାହା ଶରୀରରେ ପାଣିର ଅଭାବକୁ ପୂରଣ କରିବା ସହିତ ପାଚନ ତନ୍ତ୍ରକୁ ମଧ୍ୟ ଠିକ୍‌ ରଖିଥାଏ ।

ସେଓ

ପ୍ରତ୍ୟେକ ସକାଳୁ ଗୋଟିଏ ସେଓ ଖାଇବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ । ସେଓରେ ଭରପୂର ମାତ୍ରାରେ ଆଣ୍ଟିଆକ୍ସିଡେଣ୍ଟ, ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଏଥିରେ କ୍ୟାଲୋରୀର ମାତ୍ରା ମଧ୍ୟ କମ୍‌ ମିଳିଥାଏ । ଯାହାକି ଓଜନ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଥାଏ ।

ବେରିଜ୍‌

ବେରିଜ୍‌ (କୋଳି) ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏଥିରେ କମ ମାତ୍ରାରେ କ୍ୟାଲୋରୀ ରହିଥାଏ । ଏଥିରେ ଶର୍କରା ନଥାଏ, । ଏଥିରେ ରହିଥିବା ଭିଟାମିନ୍‌ ଶରୀରରେ ରହିଥିବା ଚର୍ବିକୁ ତରଳାଇବାରେ ବହୁତ ସାହାଯ୍ୟ କରିଥାଏ ।

କଦଳୀ

ପ୍ରାୟ ସମସ୍ତେ ଭାବିଥା’ନ୍ତି କଦଳୀ ଖାଇବା ଦ୍ବାରା ଓଜନ ବଢିଥାଏ । କିନ୍ତୁ ଏହା ଦ୍ବାରା ମୋଟାପା ମଧ୍ୟ କମ୍‌ ହୋଇଥାଏ । କଦଳୀରେ ଭିଟାମିନ୍‌ ସି, ଭିଟାମିନ୍‌ ବି ୬, ମ୍ୟାଙ୍ଗନିଜ୍‌, ବାୟୋଟିନ୍‌, ପୋଟାସିୟମ୍‌ ଓ ଫାଇବାର ପ୍ରଚୁର ମାତ୍ରାରେ ରହିଛି । ଏହି ସମସ୍ତ ପୋଷକ ତତ୍ତ୍ବ ଶରୀର ପାଇଁ ବହୁତ ଜରୁରୀ । କଦଳୀରେ ଅଧିକ ମାତ୍ରାରେ ଅଧିକ ମାତ୍ରାରେ ଫାଇବର୍‌ ଥାଏ, ଯାହା ମେଟାବଲିଜିମ୍‌କୁ ମଜବୁତ୍‌ ରଖିବାରେ ସାହାଯ୍ୟ କରିଥାଏ ।

କୋବି

କୋବିର ବହୁତ ପରିମାଣରେ ପୋଷକ ତତ୍ତ୍ବ ରହିଥାଏ । ଯାହା ଶରୀରରକୁ ସୁସ୍ଥ ରଖିବା ସହିତ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ । କୋବିରେ ଭିଟାମିନ୍‌ ସି, ଭିଟାମିନ୍‌ କେ, ଫୋଲଟ୍‌ ଓ ପୋଟାସିୟମ୍‌ ଏବଂ ଭିଟାମିନ୍‌ ଇ ପ୍ରଚୁର ମାତ୍ରାରେ ରହିଛି । ଏହାସହିତ ଏଥିରେ କମ୍‌ କ୍ୟାଲୋରୀ ରହିଥାଏ, ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button