ମାର୍ଗଶୀରରେ ଶୁଭ ଶଙ୍ଖ

ମାର୍ଗଶୀର ମାସର ଧାର୍ମିକ ମହତ୍ୱ୍ୱ ସହ ବାସ୍ତୁ ଅନୁଯାୟୀ ମଧ୍ୟ ଏହାର ବିଶେଷତ୍ୱ ରହିଛି । ଏହି ମାସରେ ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଖୁବ ଶୁଭଙ୍କର । ଏହାଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଏହି ମାସରେ ପ୍ରତିଦିନ କର୍ପୂର ଜଳାନ୍ତୁ । ଘରର ସ୍ୱଛତା ପ୍ରତି ଧ୍ୟାନ ଦିଅନ୍ତୁ । ଏହି ମାସରେ ଘରେ ପ୍ରତିଦିନ ଶଙ୍ଖ ବଜାନ୍ତୁ । ଗୀତା ପାଠ କରନ୍ତୁ । ଘରର ମୁଖ୍ୟ ଦ୍ୱାର ନିକଟରେ ସୁନ୍ଦର ସୁନ୍ଦର ଝୋଟି ଆଙ୍କନ୍ତୁ । ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ସର୍ବଦା ମିଳିଥାଏ । ଘରେ ନିଶ୍ଚୟ ଗଙ୍ଗାଜଳ ଛିଂଚନ କରନ୍ତୁ । ଏହା ଖୁବ ଶୁଭ । ଶଙ୍ଖରେ ନିଶ୍ଚୟ ଜଳ ରଖନ୍ତୁ । ଶଙ୍ଖର ପୂଜା ମଧ୍ୟ କରନ୍ତୁ । ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ । ଅଧିକ ସମୟ ଯାଏଁ ଶୟନ କରନ୍ତୁ ନାହିଁ । ପୁରାଣ ଅନୁଯାୟୀ ବିଧିବିଧାନ ପୂର୍ବକ ମାର୍ଗଶୀର ମାସରେ ଶଙ୍ଖର ପୂଜା କରିବା ଅତ୍ୟନ୍ତ ଶୁଭ ଅଟେ । ଯେଉଁ ପ୍ରକାରରେ ସମସ୍ତ ଦେବାଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ, ସେହି ପ୍ରକାରରେ ଶଙ୍ଖର ପୂଜା କରିବା ଆବଶ୍ୟକ । ସାଧାରଣ ଶଙ୍ଖ ମଧ୍ୟ ଶ୍ରୀକୃଷ୍ଣଙ୍କ ପଂଚଜନ୍ୟ ଶଙ୍ଖ ସମାନ ଶୁଭ ଫଳ ପ୍ରଦାନ କରେ, କାରଣ ଏହା ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରିୟ ଅଟେ ।
ଶଙ୍ଖ ପୂଜାର ମହତ୍ୱ – ସମସ୍ତ ଶୁଭ କାର୍ଯ୍ୟରେ ଶଙ୍ଖର ବିଶେଷ ସ୍ଥାନ ରହିଛି । ଶଙ୍ଖର ଜଳ ସମସ୍ତଙ୍କୁ ପବିତ୍ର କରିଥାଏ ବୋଲି କୁହାଯାଏ । ତେଣୁ ସମସ୍ତ ପୂଜା ପରେ ଏହାର ଜଳକୁ ଶ୍ରଦ୍ଧାଳୁଙ୍କ ଉପରେ ଛିଂଚା ଯାଇଥାଏ ।
ଶଙ୍ଖକୁ ମା’ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଇଥାଏ । ଏହାକୁ ପୂଜା କଲେ ମା’ପ୍ରସନ୍ନ ହୋଇଥାଆନ୍ତି ବୋଲି କୁହାଯାଏ । ତେଣୁ ଶଙ୍ଖକୁ ନିୟମିତ ପୂଜା କରାଯାଉଥିବା ଘରେ ଧନର ଅଭାବ ହୋଇନଥାଏ ।
ବିଷ୍ଣୁ ପୁରାଣ ଅନୁଯାୟୀ ଦେବୀ ମହାଲକ୍ଷ୍ମୀ ସମୁଦ୍ରଙ୍କର କନ୍ୟା ଅଟନ୍ତି ଏବଂ ସମୁଦ୍ର ମନ୍ଥନ ସମୟରେ ଶଙ୍ଖ ପ୍ରକଟ ହୋଇଥିଲେ । ଏହି କାରଣରୁ ଶଙ୍ଖକୁ ମା’ଲକ୍ଷ୍ମୀଙ୍କର ଭାଇ ବୋଲି କୁହାଯାଇଥାଏ । ତେଣୁ ଏହାର ପୂଜା କରିବା ଦ୍ୱାରା ଭକ୍ତଙ୍କୁ ସମସ୍ତ ପ୍ରକାରର ସୁଖ ପ୍ରାପ୍ତି ହୋଇଥାଏ ।

Related Articles

Leave a Reply

Your email address will not be published.

Back to top button