ସିଡି ଘର ତଳେ କରନ୍ତୁ ନାହିଁ ରୋଷେଇ ଘର

ଘର ସହ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତି ଠାରୁ ଆରମ୍ଭ କରି ଭୋଜନ ପର୍ଯ୍ୟନ୍ତ ଅନେକ ବାସ୍ତୁ ନିୟମ ରହିଛି। ଏହି ନିୟମ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହି ନିୟମର ପାଳନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ଓ ଧନ ବୃଦ୍ଧି ହୋଇଥାଏ। ବାସ୍ତୁ ନିୟମର ପାଳନ ନ କରିବା ଦ୍ୱାରା ଜୀବନରେ ଦୁଃଖ ସହ ସମସ୍ୟା ଲାଗି ରହିଥାଏ।

ସିଡି ଘର ତଳେ କଦାପି ରୋଷେଇ ଘର ତିଆରି କରନ୍ତୁ ନାହିଁ। କିମ୍ବା ସିଡି ଘର ତଳେ ଆଦୌ ରୋଷେଇ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ସର୍ବଦା କରଜ ସମସ୍ୟା ଲାଗି ରହିଥାଏ। ଶୌଚାଳୟ ଉପରେ କିମ୍ବା ନିକଟରେ ମଧ୍ୟ ରୋଷେଇ ଘର ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ସର୍ବଦା ରୋଗ ଲାଗି ରହିଥାଏ। ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହେ।

ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ନିଜ ମୁହଁ କଦାପି ଦକ୍ଷିଣ ଦିଗକୁ କରନ୍ତୁ ନାହିଁ। ପଶ୍ଚିମ ଦିଗକୁ ମୁହଁ କରି ମଧ୍ୟ ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ। ଏହାଦ୍ୱାରା ଅର୍ଥ ଅଭାବ ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ରୋଷେଇ ଘର ଓ ଗ୍ୟାସକୁ ନିୟମିତ ସଫା ରଖନ୍ତୁ। ରୋଷେଇ ଘର ଅପରିଷ୍କାର ରହିବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଖାଦ୍ୟ ପ୍ରସ୍ତୁତି କରିବା ସମୟରେ ମୁହଁ ପୂର୍ବ ଦିଗକୁ ହେବା ଉଚିତ। ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଶରୀରରୁ ରୋଗ ଦୂରେଇ ରହିବା ସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ଘରର ମୁଖ୍ୟ ଦ୍ୱାରରୁ ବାହାରକୁ ଗ୍ୟାସ ଚୁଲ୍ଲା ଦେଖାଯିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ପରିବାର ସଦସ୍ୟ ସର୍ବଦା ରୋଗ ଗ୍ରସ୍ତ ରହି ଥାଆନ୍ତି।

କଦାପି ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରନ୍ତୁ ନାହିଁ। ଥାଳିରେ କଦାପି ଖାଦ୍ୟ ଛାଡନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ବିଦ୍ୟୁତ ଉପକରଣ ଯେପରି ମାଇକ୍ରୋୱେବ, ଗ୍ରାଇଣ୍ଡର ଆଦି ଉପକରଣକୁ ଦକ୍ଷିଣ ପୂର୍ବ କୋଣରେ ରଖନ୍ତୁ। ବାସନ ଥାକ ଅନ୍ୟ ଭାରୀ ବସ୍ତୁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖନ୍ତୁ। ଉତ୍ତର ଓ ପୂର୍ବ ଦିଗରେ ହାଲକା ଜିନିଷ ରଖନ୍ତୁ। ରୋଷେଇ ଘରର ଜିନିଷ ରଖିବା ପାଇଁ ଥାକ, ଆଲମିରା ଆଦି ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖନ୍ତୁ। ରୋଷେଇ ଘରେ ବଡ ଝରକା ରଖନ୍ତୁ।

Related Articles

Leave a Reply

Your email address will not be published.

Back to top button