ଡାଇବେଟିସ୍‌ କମାଇବ ଜୁସ୍‌

ଡାଇବେଟିସ୍‌ ସମସ୍ୟା ଥରେ ଦେଖାଦେଲେ ପ୍ରତିଦିନ ମେଡିସିନ ଖାଇବାକୁ ପଡ଼ିଥାଏ। ହେଲେ କେତେଜ ଜୁସ୍‌କୁ ଖାଦ୍ୟ ତାଲିକାରେ ସାମିଲକଲେ ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖାଯାଇପାରିବ…
କଲରା ଜୁସ୍‌: କଲରା ଜୁସ୍‌ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବାରେ ବେଶ୍‌ ସାହାଯ୍ୟକରେ। କଲରାରେ ଥିବା ପଲିପେପ୍ଟାଇଡ୍‌-ପି ବା ପି-ଇନ୍‌ସୁଲିନ୍‌ ନାମକ ଏକ ଇନ୍‌ସୁଲିନ୍‌ ଜାତୀୟ ଉପାଦାନ ଡାଇବେଟିସ୍‌ ସମସ୍ୟା କମାଇଥାଏ।
ଅଁଳା ଜୁସ୍‌: ଅନେକ ଔଷଧୀୟ ଗୁଣରେ ଭରପୂର ଅଁଳା ଡାଇବେଟିସ୍‌ କମ୍‌ କରିବାରେ ମଧ୍ୟ ବେଶ୍‌ ଉପଯୋଗୀ। ଏଥିରେ ଫାଇବର ମାତ୍ରା ଅଧିକ ଥିବାରୁ ହଜମକ୍ରିୟା ଧୀର କରି ରକ୍ତରେ ଶର୍କରା ମାତ୍ରା ଅଧିକ ହେବାକୁ ଦିଏ ନାହିଁ। ଏଥିରେ ଥିବା କ୍ରୋମିଅମ୍‌ ମିନେରାଲ୍‌ କାର୍ବୋହାଇଡ୍ରେଟ୍‌ ମେଟାବୋଲିଜମ୍‌ ସହ ଇନ୍‌ସୁଲିନ୍‌ କ୍ଷରଣ ଠିକ୍‌ ଭାବରେ କରିବାରେ ସାହାଯ୍ୟକରେ, ଯାହାଦ୍ୱାରା ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ।
ପାଳଙ୍ଗ ଜୁସ୍‌: ପାଳଙ୍ଗରେ ରହିଛି ଭରପୂର ମାତ୍ରାରେ ଫୋଲେଟ୍‌, ଡାଏଟାରି ଫାଇବର, ଭିଟାମିନ୍‌- ଏ, ବି, ସି, ଇ, କେ। ଡାଏଟାରି ଫାଇବର ହଜମକ୍ରିୟାକୁ ଧୀର କରେ; ଯାହା କି ରକ୍ତରେ ଶର୍କରା ମାତ୍ରା ଅଧିକ ହେବାକୁ ଦିଏ ନାହିଁ ଏବଂ ଡାଇବେଟିସ୍‌ ସମସ୍ୟା ଦୂର କରିବାରେ ସାହାଯ୍ୟକରେ।

Related Articles

Leave a Reply

Your email address will not be published.

Back to top button