ଦୀପାବଳି ଫେଶନ

ଆଲୋକ ତଥା ଆନନ୍ଦର ପର୍ବ ଦୀପାବଳିରେ ମହିଳାମାନେ ପାରମ୍ପରିକ ବେଶଭୂଷାରେ ନଜର ଆସନ୍ତି । ଏହି ଅବସରରେ ନିଆରା ତଥା ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯିବାକୁ ଚାହୁଁଥିଲେ, ଅଲଗା ଅଲଗା ରଙ୍ଗ ଡ୍ରେସ୍ ପିନ୍ଧନ୍ତୁ ।
– ସବୁଜ ରଙ୍ଗ ଲେହେଙ୍ଗାରେ ଆକର୍ଷଣୀୟ ଲୁକ୍ ମିଳିଥାଏ । ଏହି ରଙ୍ଗ ସହ ଗହଣା ଓ ସୁନ୍ଦର ମେକଅପ୍ ନିଅନ୍ତୁ ।
– କିଛି ନିଆରା ଲୁକ୍ ଚାହୁଁଥିଲେ, ଧୂସର ରଙ୍ଗ ଆଉଟ୍‌ଫିଟ୍ ପିନ୍ଧନ୍ତୁ । ଏଥିରେ ନ୍ୟୁଡ୍ ମେକ୍‌ଅପ୍ ନିଅନ୍ତୁ । ବିନ୍ଦି ଓ ଗଜରା ଲଗାନ୍ତୁ ।
– ଆଧୁନିକ ଲୁକ୍ ପାଇବା ପାଇଁ ଧଳା ସିଫନ୍ ଶାଢ଼ି ଓ ହାଲକା ମେକ୍‌ଅପ୍ ସହ ଗଜରା ଲଗାନ୍ତୁ । ପାରମ୍ପରିକ ଲୁକ୍ ମିଳିଥାଏ ।
– ନୀଳ ରଙ୍ଗ ଅନାରକଲିରେ ବି ନିଆରା ଲୁକ୍ ମିଳିଥାଏ । ଏହା ସହ ଭାରି ଗହଣା ପିନ୍ଧିନ୍ତୁ ।
– ଇଣ୍ଡୋ-ୱେଷ୍ଟର୍ଣ୍ଣ ଲୁକ୍ ପାଇବା ପାଇଁ ଗୋଲାପି ରଙ୍ଗର କୁର୍ତ୍ତା ଓ ଲେହେଙ୍ଗା ପିନ୍ଧିପାରିବେ । ଚାହିଁଲେ ଗୋଲାପି ସ୍କର୍ଟ ଓ ଟପ୍ ପିନ୍ଧିପାରିବେ ।

Related Articles

Leave a Reply

Your email address will not be published.

Back to top button