ଝିଅ-ଜ୍ୱାଇଁଙ୍କ ଘର ପ୍ରବେଶ: ନେପାଳରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମ ମନ୍ଦିର ନିର୍ମାଣ ହେବ। ଏହାକୁ ନେଇ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହାର ଖୁସି ଭାରତ ସହ ନେପାଳରେ ମଧ୍ୟ ଦେଖିବାକୁ ମିଳୁଛି। ଏହି ପର୍ବ ପୂର୍ବରୁ ନେପାଳର ଜନକପୁରରେ ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜନକପୁର ଭଗବାନ ରାମଙ୍କ ପତ୍ନୀ ସୀତାଙ୍କ ଜନ୍ମସ୍ଥାନ ବୋଲି ବିବେଚନା କରାଯାଏ। ସୀତାର ଅନ୍ୟ ନାମ ଜାନକୀ, ଯିଏ କି ଜନକପୁରର ରାଜା ଜନକଙ୍କ କନ୍ୟା ଥିଲେ। ଜନକପୁର କାଠମାଣ୍ଡୁଠାରୁ ୨୨୦ କିଲୋମିଟର ଦକ୍ଷିଣ ପୂର୍ବରେ ଏବଂ ଅଯୋଧ୍ୟାଠାରୁ ପ୍ରାୟ ୫୦୦ କିଲୋମିଟର ପୂର୍ବରେ ଅବସ୍ଥିତ। ନେପାଳର ପୂର୍ବତନ ଉପପ୍ରଧାନମନ୍ତ୍ରୀ ବିମଳେନ୍ଦ୍ର ନିଧି କହିଛନ୍ତି, ଆମ ଝିଅ ମାତା ଜାନକୀଙ୍କ ବିବାହ ଭଗବାନ ଶ୍ରୀରାମଙ୍କ ସହ ହୋଇଥିଲା। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମାରୋହ ହେବାକୁ ଥିବାରୁ ଆମେ ବହୁତ ଉତ୍ସାହିତ। ଯେତେବେଳେ ସୁପ୍ରିମକୋର୍ଟ (ଅଯୋଧ୍ୟା ମାମଲାରେ) ଚୂଡ଼ାନ୍ତ ରାୟ ଶୁଣାଇଲେ, ସେତେବେଳେ ଜନକପୁରବାସୀ ବହୁତ ଖୁସି ହୋଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନକପୁରବାସୀଙ୍କ ପାଇଁ ଶ୍ରୀରାମ କେବଳ ଦେବତା ନୁହଁନ୍ତି ବରଂ ତାଙ୍କ ଜ୍ୱାଇଁ ମଧ୍ୟ ଅଟନ୍ତି। ଝିଅ ଓ ଜ୍ୱାଇଁ ଗୃହ ପ୍ରବେଶ କରୁଥିବାରୁ ଲୋକେ ଖୁସି ଅଛନ୍ତି।

Related Articles

Leave a Reply

Your email address will not be published.

Back to top button