କକ୍‌ଟେଲ ମୁଦି

ଆଜିକାଲି ବିବାହ ପୂର୍ବରୁ ଉଭୟ ବର-କନିଆ ପରିବାର ତରଫରୁ କେତୋଟି ଉତ୍ସବ ଭାରି ଆଡ଼ମ୍ବରରେ ପାଳନ କରାଯାଉଛି । କେବଳ ଆମ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଏଇ ଉତ୍ସବ ପାଳନ ଚାଲିଛି । ଆମେରିକା, ବ୍ରିଟେନ୍‌ରେ ପ୍ରାକ୍‌-ବିବାହ ଉତ୍ସବରେ ‘କକଟେଲ ପାର୍ଟି’ ମଧ୍ୟ ଆୟୋଜନ ହୁଏ । ବର-କନିଆ ଓ ତାଙ୍କ ସାଙ୍ଗ ସାଥୀ ଏହି ପାର୍ଟିରେ ଉପସ୍ଥିତ ଥିବା ଲୋକେ ପାର୍ଟିର ଥିମ୍‌ ଅନୁସାରେ ଡେ଼୍ରସ ଓ ଗହଣା ପରିଧାନ କରିଥାନ୍ତି । ପ୍ରଥମେ ଲଣ୍ଡନରେ ପାର୍ଟିକୁ ଆଧାର କରି ଏଇ କକଟେଲ ମୁଦିର ପ୍ରଚଳନ ଆରମ୍ଭ ହେଲା । ପରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ସେଭଳି ଡିଜାଇନ୍‌ ମୁଦି ବିକ୍ରି ହେଉଛି । କକଟେଲ ମୁଦି ଆକାରରେ ବଡ଼ ଓ ଭାରୀ । ବିଦେଶରେ ଆୟୋଜିତ ପାର୍ଟିରେ ଯୁବତୀ, ମହିଳାମାନେ ଗାଉନ୍‌ ସହ ଏଇ ବଡ଼ବଡ଼ ମୁଦି ପିନ୍ଧନ୍ତି, ଯାହା ବେଶ୍‌ ଆକର୍ଷଣୀୟ ଦେଖାଯାଏ । କକଟେଲ ମୁଦିରେ ବିଭିନ୍ନ ରଙ୍ଗ ରତ୍ନପଥର ଲାଗିଥିବାରୁ ତାହା ସୁନ୍ଦର ବି ଲାଗେ । ଲେହଙ୍ଗା, ଶାଢ଼ି, ସାଲୱାର-କମିଜ, ଗାଉନ ସବୁ ପ୍ରକାର ପୋଷାକ ସହ କକ୍‌ଟେଲ ହାତ ମୁଦି ପିନ୍ଧିପାରିବେ । କକ୍‌ଟେଲ ମୁଦିର ଦାମ୍‌ ୩ହଜାର ଟଙ୍କାରୁ ଆରମ୍ଭ ।

Related Articles

Leave a Reply

Your email address will not be published.

Back to top button