କୋଲେଷ୍ଟରଲ୍‌ ବଢ଼ୁଥିଲେ

ପରିମାଣରେ ତଟକା ପନିପରିବାକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ। ଏହା ନା କେବଳ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣରେ ରଖିବ ବରଂ ଶରୀରକୁ ଆବଶ୍ୟକମାତ୍ରାରେ ପୋଷକ ତତ୍ତ୍ୱ ଯୋଗାଇ ଦେବ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି ସୁସ୍ଥ ରଖିବାରେ ସାହାଯ୍ୟ କରିବ।
ଖାଦ୍ୟ ଶରୀର ପାଇଁ ବହୁ ଉପକାରୀ। ଏହା ମଧ୍ୟ ଶରୀରରେ କୋଲେଷ୍ଟରଲ୍‌ ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। କୋଷ୍ଠକାଠିନ୍ୟ ସମସ୍ୟା ନ ହେବା ଲାଗି ବି ଏହା ଲାଭଦାୟକ। ତେଣୁ ଓଟ୍ସ, ବିନ୍ସ, ବ୍ରୋକୋଲି, ଶକରକନ୍ଦା, ପନିପରିବା ଭଳି ଫାଇବରଯୁକ୍ତ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ।
ଜାମୁକୋଳି, ଷ୍ଟ୍ରବେରୀ, ସେଓ, ଅଙ୍ଗୁର, କମଳା, ପିଜୁଳି ଭଳି ଫଳ ଖାଆନ୍ତୁ, ଉପକୃତ ହେବେ।
କ’ଣ ଖାଇବେ ନାହିଁ:
ମିଟ୍‌ ଖାଇବା ଦ୍ୱାରା ଶରୀରରେ ଚର୍ବି ଅଂଶ ବୃଦ୍ଧି ପାଇଥାଏ। ତେଣୁ କୋଲେଷ୍ଟରଲ୍‌ ସ୍ତର ନିୟନ୍ତ୍ରଣରେ ରଖିବା ଲାଗି ମାଂସ ବିଶେଷ କରି ଛେଳିମାଂସ ବା ମଟନ ଯେତେ କମ୍‌ ଖାଇବା ବା ଆଦୌ ନ ଖାଇବା ଭଲ। ସେହିପରି ଫ୍ରୋଜେନ୍‌ ମିଟ୍‌, ପ୍ରୋସେସ୍‌ଡ ମିଟ୍‌ ନ ଖାଇବା ଭଲ।
ସମସ୍ୟା ଥିଲେ ଫ୍ୟାଟ୍‌ଯୁକ୍ତ ଖାଦ୍ୟ ଯଥା କ୍ଷୀର, ଛେନା ଭଳି ଖାଦ୍ୟ କମ୍‌ ଖାଇବା ଭଲ।
ତେଲମସଲା, ଫାଷ୍ଟଫୁଡ୍‌, ମଇଦା, ଛଣାଛଣି ଜାତୀୟ ଖାଦ୍ୟ ଯଥାସମ୍ଭବ କମ୍‌ ଖାଆନ୍ତୁ।

Related Articles

Leave a Reply

Your email address will not be published.

Back to top button