ଖରାଦିନେ ଗର୍ଭବତୀଙ୍କ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ।
– ଖରାଦିନେ ପ୍ରଚୁର ପାଣି ତ ପିଇବା ଜରୁରୀ, ତା’ ସହ ପଇଡ଼ପାଣି ପିଅନ୍ତୁ। ଏହା ଜଳୀୟ ଅଂଶ ବୃଦ୍ଧି କରେ ଓ ଶରୀରକୁ ପୋଷକ ତତ୍ତ୍ୱ ଦେଇଥାଏ।
– ନିଜକୁ ହାଇଡ୍ରେଟ୍‌ ରଖିବା ପାଇଁ ଏହି ଦିନେ ଗର୍ଭବତୀମାନେ ବିଭିନ୍ନ ପ୍ରକାର ଫଳ ଜୁସ୍‌ ପିଅନ୍ତୁ। ଫଳରେ ଶରୀରକୁ ପୋଷକ ତତ୍ତ୍ୱ ମିଳିବା ସହ ଗରମରୁ ଅନେକାଂଶରେ ରକ୍ଷା ମିଳିଥାଏ।
– ଦିନକୁ ଅତିକମ୍‌ରେ ଥରେ ପାନୀୟରେ କ୍ଷୀର ସାମିଲ କରନ୍ତୁ। ଯେକୌଣସି ଜୁସ୍‌ରେ ହେଉ ଅବା ସିଧାସଳଖ କ୍ଷୀର ପିଅନ୍ତୁ।
– ଗର୍ଭବତୀ ମହିଳା ଏହି ଋତୁରେ ପ୍ରଚୁର ମାତ୍ରାରେ ଲେମ୍ବୁପାଣି ପିଅନ୍ତୁ। ଖାଲି ପାଣି ବଦଳରେ ଏହା ବହୁ ଲାଭଦାୟକ ହୋଇଥାଏ।
– ଏହି ଋତୁରେ ବିଭିନ୍ନ ପ୍ରକାର ପରିବା ଜୁସ୍‌ ମଧ୍ୟ ପିଇପାରିବେ। କାକୁଡ଼ି, ଟମାଟୋ ଆଦି ବିଭିନ୍ନ ପରିବା ଜୁସ୍‌ ତିଆରି କରି ପିଅନ୍ତୁ।
– ଏବେ ସବୁଠୁ ଭଲ ପାନୀୟ ଦହି କହିଲେ ଭୁଲ୍‌ ହେବ ନାହିଁ। ଦହି ବା ଲସି ପିଇବା ଫଳରେ ଶରୀର ହାଇଡ୍ରେଟ୍‌ ରହିବା ସହ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।

Related Articles

Leave a Reply

Your email address will not be published.

Back to top button