ଧନ ତେରାସରେ କିଣନ୍ତୁ ଝାଡ଼ୁ

ଦୀପାବଳୀର ପ୍ରାରମ୍ଭ ଧନତେରାସରୁ ହୋଇଥାଏ । ଏହା ଧନତ୍ରୟୋଦ୍ଧଶୀ ନାମରେ ପରିଚିତ । ହିନ୍ଦୁ ଧର୍ମରେ ଧନତେରାସର ବିଶେଷ ଭୂମିକା ରହିଛି । ଏହିଦିନ ଦେବବୈଦ୍ୟ ଧନନ୍ତ୍ୱରୀଙ୍କ ପୂଜାର୍ଚ୍ଚନା କରିବା ଶୁଭଙ୍କର ବୋଲି କୁହାଯାଏ । ଧନତେରାସ୍ ଦିନ ସୁନା, ରୂପା, ବାସନ ଆଦି ଲୋକେ କିଣିଥାନ୍ତି । ଏହାବାଦ୍ ଝାଡ଼ୁ କିଣିବାର ମଧ୍ୟ ବିଶେଷ ମହତ୍ୱ ରହିଛି ।
– ଏହିଦିନ ସୁନା ରୂପା କିଣିବାର ଯେତିକି ମହତ୍ୱ, ଠିକ୍ ସେମିତି ଝାଡ଼ୁ କିଣିବାର ମଧ୍ୟ ମହତ୍ୱ ରହିଛି । ମତ୍ସ୍ୟପୁରାଣ ଅନୁସାରେ , ଝାଡ଼ୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଧନତେରାସ ଦିନ ଝାଡ଼ୁ କିଣିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ । ଏହା ସହ ଆର୍ଥିକ ସଙ୍କଟରୁ ମଧ୍ୟ ମୁକ୍ତି ମିଳିଥାଏ ।
-ଝାଡ଼ୁ କିଣିବା ପରେ ସେଥିରେ ଧଳାକପଡ଼ା ବାନ୍ଧନ୍ତୁ । ଏହି କପଡ଼ା ବାନ୍ଧିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ । ସେହିପରି ଝାଡ଼ୁକୁ ଉପରମୁହାଁ ରଖନ୍ତୁ ନାହିଁ । ଏପରି ରଖିବା ଅଶୁଭ ହୋଇଥାଏ । ଅନ୍ୟପଟେ ଝାଡ଼ୁକୁ ସବୁବେଳେ ଏଭଳି ସ୍ଥାନରେ ରଖନ୍ତୁ । ଯେଭଳି ଏହା ଯେମିତି କାହା ନଜରରେ ପଡ଼ିବ ନାହିଁ ।
-ତେବେ ପୁରୁଣା ଝାଡ଼ୁକୁ ଘରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ସଂଚାର ହୁଏ । ଏହା ସହ ଆର୍ଥିକ ସ୍ଥିତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ । ଏଣୁ ଧନତେରାସ ପୂର୍ବରୁ ଏହାକୁ କିଣି ଠିକ୍ ସ୍ଥାନରେ ରଖିବା ଉଚିତ୍ ।

Related Articles

Leave a Reply

Your email address will not be published.

Back to top button