କାକୁଡ଼ି ଜୁସ୍‌ର ଫାଇଦା

ଏବେ ଖରାଦିନ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏଥର ପ୍ରଚଣ୍ଡ ରୌଦ୍ରତାପରେ ସିଝିବ ସାରା ଓଡ଼ିଶା । ଏସବୁ ମଧ୍ୟରେ ନିଜର ଧ୍ୟାନ ନେବା ସହ ପରିବାର ଲୋକ, ବିଶେଷ କରି ଶିଶୁ ଓ ବୟସ୍କ ଲୋକଙ୍କର ଅତ୍ୟଧିକ ଧ୍ୟାନ ନେବା ଏକାନ୍ତ ଆବଶ୍ୟକ । ଖରାଦିନରେ ତରଭୂତ, କାକୁଡ଼ି, ଲେମ୍ବୁପାଣି, ଆଖୁରସ ଇତ୍ୟାଦି ପିଇବା ଆବଶ୍ରକ ହୋଇଥାଏ । କାକୁଡ଼ିକୁ ଅନେକେ ସାଲାଡ୍‌ କରି ଖାଇବାକୁ ପସନ୍ଦ କରିଥାନ୍ତି । କାକୁଡିକୁ ଯେ କେବଳ ସାଲାଡ୍‌ କରି ଖାଇହେବ ତାହା ନୁହେଁ, ଏହାକୁ ଗ୍ରାଇଣ୍ଡିଂ କରି ଏହାର ଜୁସକୁ ମଧ୍ୟ ପିଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ ।

ବିଶେଷକରି ଖରାଦିନେ ଏହାର ଜୁସ୍‌ ପିଇବା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । କୁହାଯାଏ ଖରାଦିନେ ନିୟମିତ ବ୍ୟବଧାନରେ କାକୁଡି ଜୁସ୍‌ ପିଇଲେ ମନ, ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏପରିକି ଓଜନ କମାଇବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତି ବି ଚାହିଁଲେ ନିଜ ଡାଏଟ୍‌ ଚାର୍ଟରେ କାକୁଡି ଜୁସକୁ ସାମିଲ କରିପାରିବେ । କାରଣ ଏହା ଶୀଘ୍ର ଓଜନ କମାଇବାରେ ବେଶ୍‌ ସହାୟକ ହୋଇଥାଏ । ଅନ୍ୟପକ୍ଷେ ଏହି ଜୁସ୍‌ରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ବି, ସି, କେ, ପୋଟାସିୟମ୍‌ ଓ ଆଣ୍ଟିଅକ୍ସିଡାଣ୍ଟ ରହୁଥିବାରୁ ଚେହେରାକୁ ଉଜ୍ଜ୍ୱଳତା ପ୍ରଦାନ କରିବା ସହ ଶରୀରକୁ ହାଇଡ୍‌ରେଟ୍‌ ରଖିବାରେ ବି ଏହା ବେଶ୍‌ ସାହାଯ୍ୟ କରିଥାଏ । କ୍ୟାନସର ସହ ଲଢ଼ିବା, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ଶରୀରର ଅସ୍ଥିଗୁଡ଼ିକୁ ମଜଭୁତ କରିବା, ପାଚନ କ୍ରିୟାକୁ ସକ୍ରିୟ କରିବା ତଥା ମୁଖର ଦୁର୍ଗନ୍ଧକୁ ଦୂର କରିବାରେ ବି କାକୁଡି ଜୁସ୍‌ ବହୁତ ଉପକାରୀ ହୋଇଥାଏ ।

Related Articles

Leave a Reply

Your email address will not be published.

Back to top button