ଅମୃତଭଣ୍ଡା ଖାଇବାର ଲାଭ

ଯେତେବେଳେ ଏକ ସୁସ୍ଥ ଡାଏଟ୍‌ ଚାଟ୍‌ କଥା ଆସେ, ବିଶେଷଜ୍ଞମାନେ ପ୍ରଥମେ ଅମୃତ ଭଣ୍ଡାର ନାଁ ନିଅନ୍ତି । ଭଣ୍ଡା ଏକ କମ୍‌ କ୍ୟାଲୋରୀ ଯୁକ୍ତ ଫଳ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଭଣ୍ଡାରେ ଫାଇବର, ଭିଟାମିନ୍‌ ପରି ଅନେକ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଯାହା ହଜମରୁ ଆରମ୍ଭ କରି ଓଜନ ବୃଦ୍ଧି ପର୍ୟ୍ୟନ୍ତ, ମଧୁମେହ, କର୍କଟ ଭଳି ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଭଣ୍ଡା ଖାଇବାର ଅନେକ ଲାଭ ଥିବା ସତ୍ୱେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦ ମଧ୍ୟ ହୋଇପାରେ ।  କିଛି ଲୋକ ଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ୍‌ । ନଚେତ ପରିସ୍ଥିତି ଭୟାନକ ହୋଇପାରେ । ତେବେ ଭଣ୍ଡା ଖାଇବା କେଉଁ ଲୋକଙ୍କ ପାଇଁ କ୍ଷତି ହୋଇପାରେ ଆସନ୍ତୁ ଜାଣିବା ।

ଭଣ୍ଡାରେ ଥିବା ଲାଟେକ୍ସ ଗର୍ଭାଶୟକୁ ସଙ୍କୁଚିତ କରିବା କାମ କରିଥାଏ । ଏଭଳି ସ୍ଥିତିରେ ଗର୍ଭପାତ ହେବା ସମ୍ଭାବନା ବଢ଼ିଯାଏ ।  ଏହା ବ୍ୟତୀତ ଭଣ୍ଡାରେ ଥିବା ପପେନ୍‌ ଗର୍ଭସ୍ଥ ଶିଶୁର ଝିଲ୍ଲି ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଗର୍ଭାବସ୍ଥାରେ ଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ ।

ଯଦି ଆପଣଙ୍କ କିଡନୀରେ ଷ୍ଟୋନ ସମସ୍ୟା ରହିଛି ତେବେ ଅଧିକ ମାତ୍ରାରେ ଭଣ୍ଡା ଖାଇବା ଠାରୁ ଦୂରେଇ ରୁହନ୍ତୁ । ପ୍ରକୃତରେ ଅଧିକମାତ୍ରରେ ଭଣ୍ଡା ଖାଇବା ଦ୍ୱାରା କ୍ୟାଲସିଅନ୍‌ ଅକ୍ସଲେଟ୍‌ ଉତ୍ପନ୍ନ ହୁଏ, ଯାହାଦ୍ୱାରା କିଡନୀର ଷ୍ଟୋନ୍‌ ସମସ୍ୟା ବଢ଼ିପାରେ ।

ଆଲର୍ଜି ସମସ୍ୟା ଥିବା ବ୍ୟକ୍ତି ଭୁଲରେ ବି ଭଣ୍ଡା ଖାଇବା ଉଚିତ ନୁହେଁ । କାରଣ ଭଣ୍ଡାରେ ଚିଟିନେଜ୍‌ ନାମକ ଏକ ଏନଜାଇମ୍‌ ଅଛି, ଯାହା ଲାଟେକ୍ସରେ ପାର୍ଶ୍ୱ-ପ୍ରତିକ୍ରିୟା ଦେଖାଇଥାଏ । ଏହି କାରଣରୁ, ଶ୍ୱାସକ୍ରିୟାରେ ଅସୁବିଧା, ଛିଙ୍କିବା ଏବଂ କାଶିବା, ଆଖିରୁ ପାଣି ବୋହିବା ଭଳି ସମସ୍ୟା ମଧ୍ୟ ହୋଇପାରେ ।

ଯଦି ଆପଣଙ୍କୁ ଜଣ୍ଡିସ କିମ୍ବା ଆସ୍ଥା ସମସ୍ୟା ଅଛି ତେବେ ଭଣ୍ଡା ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହା ଖାଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଭଣ୍ଡାରେ ଥିବା ପପାଇନ୍‌ ଏବଂ ବିଟା କ୍ୟାରୋଟିନ୍‌ ଏହି ଦୁଇଟି ରୋଗ ପାଇଁ ବିପଦ ।

ବିଶେଷଜ୍ଞଙ୍କ ଅନୁସାରେ ହୃଦ୍‌ ରୋଗୀଙ୍କ ପାଇଁ ଭଣ୍ଡା ଖାଇବା କ୍ଷତିକାର ପ୍ରମାଣିତ ହୋଇପାରେ । ଅଧିକ ମାତ୍ରାରେ ଭଣ୍ଡା ଖାଇବା ଦ୍ୱାରା ହାର୍ଟ ବିଟ୍‌ କମିଯାଏ । ବ୍ଲଡ ପ୍ରେସର ଥିବା ବ୍ୟକ୍ତି ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ ।

Related Articles

Leave a Reply

Your email address will not be published.

Back to top button