ଛେଳିଙ୍କ ବୟସ ଜାଣିବାର ସହଜ ଉପାୟ

ଆମ ରାଜ୍ୟରେ କିଛି ଲୋକ ଛେଳିପାଳନ କରି ଗୁଜୁରାଣ ମେଣ୍ଟାନ୍ତି। ବେଳେ ବେଳେ ଚାଷୀ ଭାଇମାନେ ଛେଳିମାନଙ୍କର ବୟସ ସଠିକ୍‌ ଭାବରେ ନିରୂପଣ କରି ନ ପାରି ବୟସ୍କ ଛେଳି କିଣି ଠକାମିର ଶିକାର ହୋଇଥାଆନ୍ତି। ତେବେ ଛେଳି ପାଳନରେ ଲାଭ ପାଇବା ପାଇଁ ହେଲେ ଠିକ୍‌ ପ୍ରଜାତି ଓ କମ୍‌ ବୟସର ଛେଳି କିଣିବାର ଆବଶ୍ୟକତା ରହିଛି। ଛେଳିମାନଙ୍କର ବୟସ ଜାଣିବାର ଉପାୟ ଜଣାଥିଲେ ସାଧାରଣତଃ ଠିକ୍‌ ବୟସର ଛେଳି କିଣି ଛେଳି ଫାର୍ମରେ ଉନ୍ନତି ହୋଇପାରିବ।

କିପରି ଜାଣିବେ :-
ଛେଳିମାନଙ୍କର ବୟସ ମୁଖ୍ୟତଃ ସେମାନଙ୍କର ତଳମାଢ଼ିର ଆଗଦାନ୍ତ ଇନ୍‌ସିଜ୍‌ର ଦାନ୍ତକୁ ବିଚାର କରି ଜଣାଯାଇଥାଏ । ଛେଳିମାନଙ୍କର ଜନ୍ମରୁ ଏକ ବର୍ଷ ବୟସ ମଧ୍ୟରେ ସେମାନଙ୍କର ତଳମାଢ଼ିରେ ଆଠଟି କିମ୍ବା ୪ଯୋଡ଼ା ଅସ୍ଥାୟୀ ଆଗଦାନ୍ତ ବା ଟେମ୍ପରାରି ଇନ୍‌ସିଜ୍‌ର ଦାନ୍ତ ଥାଏ । ଛେଳିର ବୟସ ଏକ ବର୍ଷ ବେଳକୁ ତଳମାଢ଼ିରେ ଥିବା ଏକ ଯୋଡ଼ା ବା ଦୁଇଟି ଅସ୍ଥାୟୀ ଆଗଦାନ୍ତ ବା ଟେମ୍ପରାରି ଇନ୍‌ସିଜ୍‌ର ଟିଥ୍‌ ସ୍ଥାୟୀ ବା ପରମାନେଣ୍ଟ ଇନ୍‌ସିଜ୍‌ର ଟିଥ୍‌କୁ ରୂପାନ୍ତରିତ ହୋଇଥାଏ ।ସେହିପରି ଛେଳିର ଦୁଇବର୍ଷ ବୟସରେ ଦୁଇଯୋଡ଼ା ବା ଚାରୋଟି, ତିନିବର୍ଷ ବୟସରେ ତିନି ଯୋଡା ବା ୬ଟି ଏବଂ ଚାରିବର୍ଷ ବୟସରେ ୪ଯୋଡ଼ା ବା ଆଠୋଟି ସ୍ଥାୟୀ ଆଗଦାନ୍ତ ବା ପରମାନେଣ୍ଟ ଇନ୍‌ସିଜ୍‌ର ଟିଥ୍‌ ଦାନ୍ତ ବାହାରିଥାଏ । ସ୍ଥାୟୀ ଦାନ୍ତ ବା ପରମାନେଣ୍ଟ ଇନ୍‌ସିଜର ଟିଥ୍‌ ସାଧାରଣତଃ ଅସ୍ଥାୟୀ ଆଗଦାନ୍ତ ବା ଟେମ୍ପରାରି ଇନ୍‌ସିଜ୍‌ର ଟିଥ୍‌ ଠାରୁ ବଡ଼ ଏବଂ ଧଳା ଅଟେ। ଚାରିବର୍ଷ ବୟସରେ ଛେଳିମାନଙ୍କର ତଳମାଢ଼ିର ସମସ୍ତ ସ୍ଥାୟୀ ଦାନ୍ତ ସମ୍ପୂର୍ଣ୍ଣଭାବରେ ଉଠି ଯାଇଥାଏ । ତେଣୁ ଚାରିବର୍ଷରେ ଛେଳିମାନଙ୍କର ବୟସ୍କ ବା ପୂର୍ଣ୍ଣଦାନ୍ତ ଛେଳି ବୋଲି କୁହାଯାଇଥାଏ । ଚାରିବର୍ଷ ପରେ ଛେଳିମାନଙ୍କର ସ୍ଥାୟୀ ଆଗଦାନ୍ତ ଘୂରିବା, ଭାଙ୍ଗିବା ଓ ପଡ଼ିବା ଆରମ୍ଭ ହୋଇଥାଏ । ଚାରିବର୍ଷ ପରେ ଛେଳିମାନଙ୍କର ପ୍ରଜନନ କ୍ଷମତା, ଶାରୀରିକ ବୃଦ୍ଧି, ମାଂସ ଉତ୍ପାଦନ କ୍ଷମତା ଆଦି କମିବା ଆରମ୍ଭ ହୋଇଥାଏ । ତେଣୁ ଚାରିବର୍ଷ ପରେ ଛେଳିମାନଙ୍କୁ ଆଉ ନ ରଖି ବିକ୍ରି କରିଦେବା ଉଚିତ । ତେଣୁ ଏହିପରି ଛେଳିମାନଙ୍କର ଦାନ୍ତକୁ ବିଚାର କରି, ସେମାନଙ୍କର ବୟସ ନିରୂପଣ କରାଯାଇଥାଏ ।

Related Articles

Leave a Reply

Your email address will not be published.

Back to top button