ଥକ୍କାପଣ ସହ ନିଦ ସମସ୍ୟା ଦୂର କରିଥାଏ ଆଲମଣ୍ଡ ତେଲ

ଆଲମଣ୍ଡ ଶରୀର ପାଇଁ ବେଶ୍‌ ଉପକାରୀ । ପାଦରେ ଆଲମଣ୍ଡ ତେଲ ମାଲିସ୍‌ କରିବା ଦ୍ୱାରା ଶରୀରର ଥକ୍କାପଣ ସହ ନିଦ ସମସ୍ୟା ଦୂର ହୋଇଥାଏ । ଏହି ତେଲ ମାଲିସ୍‌ ଫଳରେ ପାଦକୁ ପୋଷଣ ମିଳିବା ସହ ଅନେକ ସମସ୍ୟା ସହଜରେ ଦୂରେଇ ଯାଇଥାଏ । ଆଲମଣ୍ଡ ତେଲ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଯଥା କ୍ୟାଲସିୟମ୍‌, ଆଇରନ୍‌, କପର୍‌ ଓ ପ୍ରୋଟିନ୍‌ରେ ଭରା । ଏହି ତେଲ ପାଦରେ ମାଲିସ୍‌ କରିବା ଫଳରେ ଓଜନ କମ୍‌ କରିବା ସହଜ ହୋଇଥାଏ । ତେଲ ମାଲିସ୍‌ କରିବା ଦ୍ୱାରା ଶରୀରରେ ଥିବା ହାନିକାରକ ତତ୍ତ୍ୱ ବାହାର କରିବାରେ ସାହାର୍ଯ୍ୟ କରିଥାଏ ।

ବାଦାମ ତେଲରେ ଏମିତି ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରର ଥକ୍କାପଣକୁ ଦୂର କରିଥାଏ । ଏହି ତେଲରେ ପାଦ ମସାଜ୍‌ କରିବା ଦ୍ୱାରା ଶାରିରୀକ ସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ । ଏହି ତେଲକୁ ରାତିରେ ମସାଜ୍‌ କରିବା ଉଚିତ୍‌ । ଫଳରେ ସାରାଦିନ ସକ୍ରିୟ ରହିପାରିବେ । ପାଦରେ ବାଦାମ ତେଲ ମସାଜ୍‌ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ । ପ୍ରାୟ ଲୋକ କେବଳ ମୁଣ୍ଡରେ ତେଲ ମସାଜ୍‌ କରିଥାନ୍ତି । କିନ୍ତୁ ପାଦ ମସାଜ୍‌ କରି ନଥାନ୍ତି ।

ପାଦରେ ତେଲ ମସାଜ୍‌ କରିବା ଦ୍ୱାରା ରକ୍ତ ସଞ୍ଚାଳନ ବଢିବା ସହ ଶରୀର ସୁସ୍ଥ ରହିଥାଏ । ଆଲମଣ୍ଡ ତେଲରେ ଏମିତି କିଛି ତତ୍ତ୍ୱ ରହିଛି, ଯାହା ଶରୀରର ଗଣ୍ଠି ଯନ୍ତ୍ରଣାକୁ କମ୍‌ କରିଥାଏ । ସେହିପରି ପାଦ ଫଟା ସମସ୍ୟା ମଧ୍ୟ ଦୂର କରିଥାଏ । ଏହା ତ୍ୱଚାକୁ ପୋଷଣ ଦେବା ସହ ହାଡ଼କୁ ମଜଭୁତ କରିଥାଏ । ପାଦରେ ବାଦାମ ତେଲ ମାଲିସ୍‌ କରିବା ଦ୍ୱାରା ମୁଣ୍ଡରୁ ଚିନ୍ତା ଦୂର ହୋଇଥାଏ । ବାଦାମ ତେଲର ଧୀମା ବାସ୍ନା ମୁଣ୍ଡା ବିନ୍ଧାରୁ ଆରାମ ଦେଇଥାଏ । ସେହିପରି ପାଦରେ ବାଦାମ ତେଲ ମାଲିସ୍‌ କରିବା ଦ୍ୱାରା ଅବସାଦରୁ ମଧ୍ୟ ମୁକ୍ତି ମିଳିଥାଏ ।

Related Articles

Leave a Reply

Your email address will not be published.

Back to top button