ଅଖା ପ୍ଲାଜୋ ପ୍ୟାଣ୍ଟର ମୂଲ୍ୟ ୬୦୦୦୦

ଫ୍ୟାଶନର ନିର୍ଦ୍ଦିଷ୍ଟ କିଛି ସଂଜ୍ଞା ନାହିଁ। କେତେବେଳେ କେଉଁ ଫ୍ୟାଶନ୍‌ ଟ୍ରେଣ୍ଡ କରେ ତାହା କହିବା ମୁସ୍କିଲ। ଅନେକ ସମୟରେ ଅଜବ ଫ୍ୟାଶନ ବି ଯୁବିପିଢିଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଯେମିତିକି ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ପ୍ଲାଜୋ ପ୍ୟାଣ୍ଟ ଟ୍ରେଣ୍ଡ କରୁଛି, ଯାହାକୁ ଦେଖିଲେ ପ୍ରଥମେ ତ ଚକିତ ହୋଇଯିବେ। କାରଣ ଏହି ପ୍ଲାଜୋ ପ୍ୟାଣ୍ଟଟି ତିଆରି ହୋଇଛି ଆଳୁ ବସ୍ତାରେ। ଏହି ପ୍ୟାଣ୍ଟର ଗୋଟିଏ ପଟ ଗୋଡରେ କିଛି ଲେଖାଥିବା ବି ଦେଖିବାକୁ ମିଳେ। ଆଉ ଜାଣନ୍ତିକି ଏହି ଅଖା ପ୍ଲାଜୋ ପ୍ୟାଣ୍ଟର ଦାମ କେତେ? ଏହାର ଦାମ ହେଉଛି ୬୦,୦୦୦ଟଙ୍କା। ଭାବୁଥିବେ ନିଶ୍ଚୟ ଏଥିରେ କିଛି ବିଶେଷତା ଥିବ। ହେଲେ ଏଥିରେ ସେମିତି କିଛି ବିଶେଷତା ନାହିଁ। ତଥାପି ଏହାର ଡିଜାଇନର୍‌ କହନ୍ତି ଯେ, ଯୁବପିଢିଙ୍କୁ ଏହା ବହୁତ ଭଲ ଲାଗୁଛି। ସେଥିପାଇଁ ତ ଏହି ପ୍ୟାଣ୍ଟ ତିଆରି ହୋଇଛି।

Related Articles

Leave a Reply

Your email address will not be published.

Back to top button