ହାତ ମେହେନ୍ଦୀ ଗାଢ଼ ଦିଶିବାର ଉପାୟ

ହାତକୁ ମେହନ୍ଦୀ ଦ୍ୱାରା ଚିତ୍ରିତ କରିବା ପରେ ପ୍ରଥମେ ଭଲ ଭାବେ ଶୁଖିବାକୁ ଛାଡ଼ିଦିଅନ୍ତୁ । ଗୋଟିଏ ପାତ୍ରରେ ଏକ ବଡ଼ ଚାମଚ ଚିନି ଓ ଲେମ୍ବୁ ରସ ଫେଣ୍ଟି ରଖନ୍ତୁ । ମେହନ୍ଦୀ ଝଡ଼ିବା ଦେଖିଲେ, ଏହି ମିଶ୍ରଣ ବୋଳନ୍ତୁ । ଶୁଖିଗଲେ ପୁଣି ଥରେ ବୋଳନ୍ତୁ । ଦୁଇ ଚାରି ଘଣ୍ଟା ପର୍ଯ୍ୟନ୍ତ ବାରମ୍ବାର ଏ ଭଳି କରନ୍ତୁ ।

ମେହନ୍ଦୀ ସଫା କରିସାରିବା ପରେ ହାତରେ ଭିକସ ଭେପୋରବ ବୋଳନ୍ତୁ ।
ଭିକସ ଭେଦିଯିବା ପରେ ଏକ ପାତ୍ରରେ ଦଶ ବାରଟି ଲବଙ୍ଗ ଗରମ କରନ୍ତୁ । ଲବଙ୍ଗ ତାତିଗଲେ ବାମ୍ଫ ବାହାରିବ । ସେହି ବାମ୍ଫ ଉପରେ ମେହନ୍ଦୀ ବୋଳା ହାତ ରଖନ୍ତୁ ।
ସାତ ଆଠ ଘଣ୍ଟା ପର୍ଯ୍ୟନ୍ତ ହାତରେ ଯେପରି ପାଣି ନ ଲାଗେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

Related Articles

Leave a Reply

Your email address will not be published.

Back to top button