ଶର୍କରା ନିୟନ୍ତ୍ରଣ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇବ କମଳା

କମଳା ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକାରୀ । ପ୍ରତିଦିନ କମଳା ଖାଇବା ଦ୍ୱାରା ଶରୀରରେ ଚର୍ମ, କେଶ ଓ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡିଥାଏ ।

– କମଳା ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ଉପକାରୀ ଗୁଣ ଆଖିକୁ ଉଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ-ଇ ପ୍ରଚୁର ପରିମାଣରେ ଥିବାରୁ ଏହା ଚକ୍ଷୁ ପାଇଁ ଖୁବ ଭଲ ହୋଇଥାଏ । ଏହା ଖାଇବା ଦ୍ୱାରା ମୋତିଆବିନ୍ଦୁ ହେବାର ଆଶଙ୍କା ମଧ୍ୟ କମିଯାଏ । ତେଣୁ ଯେଉଁମାନଙ୍କ ଦୃଷ୍ଟିଶକ୍ତି ଦୁର୍ବଳ, ସେମାନେ ନିଶ୍ଚିନ୍ତ ଭାବରେ ଏହି ଫଳ ଖାଇବା ଉଚିତ । ଏହା ଆଖି ଜନିତ ସମସ୍ତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ ।

– କମଳା ମଧୁମେୟ ରୋଗୀଙ୍କ ପାଇଁ ଅତ୍ୟନ୍ତ ହିତକାରୀ ହୋଇଥାଏ । ବାସ୍ତବରେ ସୁଗାର ରୋଗରେ ପୀଡିତ ଲୋକମାନଙ୍କ ପାଇଁ ଖଟା ଜିନିଷ ଭଲ ବୋଲି ବିବେଚନା କରାଯାଏ । ଯଦି ମଧୁମେୟ ରୋଗୀ ନିୟମିତ କମଳା ଖାଆନ୍ତି, ତେବେ ଶରୀରରେ ସୁଗାର ସ୍ତର ସଠିକ ରହିଥାଏ ।

– କମଳା ଖାଇବା ଦ୍ୱରା ସ୍ୱୟଂଚାଳିତ ଭାବେ ଓଜନ ହ୍ରାସ ହୋଇଥାଏ । ବାସ୍ତବରେ କମଳା ଭିତରେ ଫାଇବର ଭରପୂର ଥିବାରୁ ଏହାକୁ ଖାଇବା ଦ୍ୱରା ଭୋକ ଲାଗେନାହିଁ । ଭୋକ ହ୍ରାସ ହେତୁ ଓଜନ କମିବା ଆରମ୍ଭ କରେ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଡାଏଟରେ ଏହାକୁ ସାମିଲ କରାନ୍ତୁ । ଓ ଏଥିରେ ଭିଟାମିନ ସି ପ୍ରଚୁର ପରିମାଣରେ ଥିବାରୁ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

Related Articles

Leave a Reply

Your email address will not be published.

Back to top button