ରସୁଣକୁ ଅଧିକ ଦିନ ସତେଜ୍ ରଖିବାର ଉପାୟ

ଆଜିକାଲିର କର୍ମବହୁଳ ଜୀବନରେ ଅନେକ୍ ଲୋକ ପନିପରିବା ହେଉ ବା ଫଳମୂଳ, ଏସବୁକୁ ଅଧିକ ଦିନ କିପରି ସତେଜ୍ ରଖିହେବା ସେଥିପାଇଁ ବିଭିନ୍ନ ଉପାୟ ଆପଣାନ୍ତି । ପନିପରିବାକୁ କାଟି ଫ୍ରିଜରେ କେହିକେହି ରଖୁଥିବା ବେଳେ, କେହିକେହି ସମଲାକୁ ବାଟି ନଚେତ୍ କଷି ଫ୍ରିଜରେ କିଛିଦନ ପାଇଁ ରଖିଦିଅନ୍ତି । ଠିକ୍ ସେହିଭଳି ରସୁଣକୁ ଅଧିକ ଦିନ ସତେଜ୍ ରଖିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଉପାୟ ।

-ରସୁଣକୁ ଅଳ୍ପ ଫ୍ରାଏ କରି ଡିପ୍ ଫ୍ରିଜରରେ ଡବାରେ ପୁରାଇ ରଖିଲେ ଏହା ମାସେ ଯାଏଁ ଭଲ ରହିଥାଏ ।

-ରସୁଣର ପାଖୁଡା ଛଡେଇ ପାଣିରେ ୫ ରୁ ୧୦ ମିନିଟ ଯାଏଁ ଭିଜାଇ ରଖିବେ । ଏପରି କରିବା ଦ୍ୱାରା ଚୋପା ଶୀଘ୍ର ଛାଡିଥାଏ । ଚୋପା ଛାଡିବା ପରେ, ରସୁଣକୁ ଶୁଖିଲା କପଡାରେ ପୋଛି ଏକ ଏୟାରଟାଇଟ୍ ଜାରରେ ପୁରାଇ ଫ୍ରିଜରେ ରଖନ୍ତୁ । ଆବଶ୍ୟକ ସମୟରେ ଏହାକୁ ଫ୍ରିଜରୁ କାଢି ପୁଣି ଫ୍ରିଜରେ ରଖିବେ । ଏପରି କରିବା ଦ୍ୱାରା ଏହା ଅନେକ୍ ଦିନ ଯାଏଁ ସତେଜ୍ ରହିଥାଏ ।

-ଏପରି ଭାବେ ରସୁଣ ପେଷ୍ଟକୁ ମଧ୍ୟ ଫ୍ରିଜରେ ରଖିହେବ, କିନ୍ତୁ ଏହା ଗୋଟା ରସୁଣ ଭଳି ଅଧିକ ଦିନ ଭଲ ରହିନଥାଏ ।

Related Articles

Leave a Reply

Your email address will not be published.

Back to top button