ବିଳମ୍ବରେ ଖାଇଲେ ବଢ଼େ ପେଟ

ଯୁବପିଢ଼ି ଓ ବୟସ୍କ ପିଢ଼ି, ଉଭୟ ଏବେ ନିଜ ସ୍ବାସ୍ଥ୍ୟବସ୍ଥାକୁ ନେଇ ବେଶ୍ ସଚେତନ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଖାଦ୍ୟପାନୀୟ ବାବଦରେ ସତର୍କ ରହିବା ସହିତ ଯୋଗାଭ୍ୟାସ, ପ୍ରାଣାୟମ, କସରତ ମଧ୍ୟ ନିୟମିତ କରୁଛନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ସବୁ କାମ କରିବାର ଏକ ନିର୍ଦିଷ୍ଟ ସମୟ ରଖନ୍ତୁ। ନିଜେ ମାନିବା ସହ ପରିବାରଲୋକଙ୍କ ମଧ୍ୟ ଏ ପ୍ରତି ସଚେତନ କରାଇବା ଉଚିତ।

– ସନ୍ଧ୍ୟା ୭-୮ ମଧ୍ୟରେ ରାତ୍ରିଭୋଜନ କରିନେବା ଭଲ, ଅତିବେଶୀରେ ରାତି ୯ଟା ପୂର୍ବରୁ ଖାଇନିଅନ୍ତୁ। ସୂର୍ୟ୍ୟ ଅସ୍ତ ହେବା ପରେ ଆମ ହଜମ କ୍ଷମତା କମ୍ ହୁଏ, ଏହା ସହ ରାତିରେ ଗରିଷ୍ଠ ଭୋଜନ ଖାଇଲେ ବଦ୍‌ହଜମ ସମସ୍ୟା ଦେଖାଦିଏ।

– ବିଳମ୍ବିତ ରାତିରେ ଭୋଜନ କରୁଥିବା ଲୋକଙ୍କ ଠାରେ ମଧୁମେହ, ରକ୍ତଚାପ, ମେଦବହୁଳ ଓ ବୟସ ବଢ଼ିବା ପରେ ହୃଦ୍‌ରୋଗ ସମସ୍ୟା ଦେଖାଦିଏ। ୪୬% ଲୋକ ଏଇଭଳି ଜୀବନଶୈଳୀ କାରଣରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବାର ବିଶେଷଜ୍ଞଙ୍କ ମତ।

– ରାତି ୧୦ଟା ପରେ ଭୋଜନ ନିୟମିତ ଭାବେ କଲେ ପେଟ ବଢ଼େ। କସରତ, ଯୋଗ ସହ ଭୋଜନର ନିୟମ ନ ବଦଳାଇଲେ ହଇରାଣ ହେବା ସ୍ବାଭାବିକ।

Related Articles

Leave a Reply

Your email address will not be published.

Back to top button