ବର୍ଷା ଦିନେ ଆପଣଙ୍କ କପଡାରୁ ଦୁର୍ଗନ୍ଧ ବାହାରୁଥିଲେ…

ବର୍ଷା ଦିନେ କପଡା ଧୋଇବା ସବୁଠାରୁ ବଡ଼  ଚ୍ୟାଲେଞ୍ଜ । କପଡା ଧୋଇବା, ଶୁଖାଇବା ଓ  ଆଇରନ୍‌ କରିବା ସବୁଠାରୁ ବଡ଼ ଟାସ୍କ । ଏହି ଋତୁରେ  କପଡା ଧୋଇବା ପରେ ତାହା ଭଲରେ ଶୁଖି ନଥାଏ ।  ଫଳରେ ସେଥିରୁ ଦୁର୍ଗନ୍ଧ ବାହାରିଥାଏ । ଏ ପରିସ୍ଥିତିରେ ପ୍ରାୟ ଲୋକ  ନିଜେ ସଫା ନ କରିବା କଥା ଭାବିଥାନ୍ତି,  ଯାହା ଆଦୌ ଠିକ୍‌ ନୁହେଁ । କିନ୍ତୁ ଏପରି କିଛି ଟିପ୍ସ ଅଛି ଯାହା ଦ୍ୱାରା ବର୍ଷାରେ କପଡା ଧୋଇବା ପରେ ସେଥିରୁ ଦୁର୍ଗନ୍ଧ ବାହାରି ନଥାଏ ।

-ଯଦି ଆପଣଙ୍କ ୱାଶିଂ ମେସିନ୍‌ ଫ୍ରଣ୍ଟ  ଲୋଡେଡ୍‌ ହୋଇଥାଏ । ତେବେ ଏହାର  ରବର ତଳ ଚେକ୍‌ କରି ନିଅନ୍ତୁ । ଅନେକ  ସମୟରେ ସେଠାରେ ମଇଳା ଜମା ହୋଇ  ଗନ୍ଧ ବାହାରିଥାଏ । ଏହାକୁ ସଫା କରି ସେଠାରେ  ମାଉଥ୍‌ୱାଶ୍‌ ପକାଇ ରଖନ୍ତୁ । ୧୦ ମିନିଟ୍‌ ପରେ  ଏହାକୁ ସଫା କରି ଦିଅନ୍ତୁ । କପଡାରୁ ଆଉ ଦୁର୍ଗନ୍ଧ  ବାହାରିବ ନାହିଁ ।

-ୱାଶିଂ ମେସିନ୍‌ର ଟପ୍‌କୁ ଠିକ୍‌  ଭାବେ ସଫା କରିବା ପାଇଁ ବେକିଂ ସୋଢା ଓ  ସିର୍‌କାର ବ୍ୟବହାର କରିପାରିବେ । ଅଧା  ଲିଟର ସିର୍‌କା ଏବଂ ୩ ବଡ଼ ଚାମଚ  ବେକିଂ ପାଉଡର ମିଶାଇ ଟପ୍‌ରେ ପାଣି  ଦେଇ ଢାଳି ଦିଅନ୍ତୁ । ଏବେ ୱାଶିଂ ମେସିନ୍‌କୁ  ୨୦/୨୫ ମିନିଟ୍‌ ଯାଏ ଚାଲୁ କରିଦିଅନ୍ତୁ ।  ଏପରି କରିବା ଦ୍ୱାରା ଟପ୍‌ ସଫା ହେବା ସହ ତା’ ଭିତରର  ଦୁର୍ଗନ୍ଧକୁ ମଧ୍ୟ ଦୂର କରି ଦେଇଥାଏ ।

-କପଡାକୁ ଆଇରନ୍‌ କରିବା ପ୍ରାୟ ଲୋକଙ୍କ ପାଇଁ କଷ୍ଟକର  କାମ । ସହଜରେ ଆଇରନ୍‌ କରିବା ପାଇଁ କପଡାକୁ  ଠିକ୍‌ ଭାବେ ଶୁଖାଇବା ବହୁତ ଜରୁରି । ୱାଶିଂ  ମେସିନ୍‌ରେ ସଫା କରି ଶୁଖାଇବା ପରେ କପଡା  ବେଶି ଜାକି ହୋଇଯାଇଥାଏ । ସେଥିପାଇଁ କପଡାକୁ  ଡ୍ରାୟର୍‌ରେ ପକାଇବା ସମୟରେ ବରଫ ପକାଇଲେ  ସମସ୍ୟା କମ୍‌ ହୋଇଥାଏ । କପଡାକୁ ଡ୍ରାୟର୍‌ରେ  ପକାଇବା ସମୟରେ ସେଥିରେ ୩/୪ଟା ବରଫ  ପକାଇ ଦିଅନ୍ତୁ । ବରଫ ତରଳିବା ଦ୍ୱାରା କପଡା  ଷ୍ଟିମ୍‌ ହେବା ସହ କମ୍‌ ଜାକି ହୋଇଥାଏ । ଫଳରେ  ଆଇରନ୍‌ କରିବା ସହଜ ହେବ । 

-ବର୍ଷା ଋତୁରେ କପଡା ଶୁଖିବାରେ ଖୁବ୍‌ ସମସ୍ୟା  ଦେଖା ଦେଇଥାଏ । ତେଣୁ ଆପଣ ଏହାକୁ ଡ୍ରାୟର୍‌  ପକାଇପାରିବେ । ତେବେ ପ୍ରଥମରୁ ଡ୍ରାୟର୍‌ ତଳେ  ଏକ ଶୁଖିଲା ଟାୱେଲ୍‌ ପକାଇ ଦିଅନ୍ତୁ । ଫଳରେ  କପଡା ଶୀଘ୍ର ପାଣି ଟାଣି ନେଇଥାଏ । ଆଉ ଏହି ଦର  ଶୁଖିଲା କପଡାକୁ ନେଇ ହାଲ୍‌କା ସୂର୍ୟ୍ୟକିରଣରେ  ପକାଇ ପାରିବେ କିମ୍ବା ପବନ ଆତଯାତ ସ୍ଥାନରେ  ମଧ୍ୟ ଶୁଖାଇପାରିବେ ।

Related Articles

Leave a Reply

Your email address will not be published.

Back to top button