ନେଫ୍ରୋଟିକ୍ ସିଣ୍ଡ୍ରୋମ୍

ନେଫ୍ରୋଟିକ୍ ସିଣ୍ଡ୍ରୋମ୍, କିଡ୍ନୀ ସହିତ ଜଡ଼ିତ ଏକ ସମସ୍ୟା । ଏହା କୌଣସି ରୋଗ ନୁହେଁ, କେତେକ ଲକ୍ଷଣର ସମୂହ ଯାହା କିଡ୍ନୀ ସଠିକ୍ ଢ଼ଙ୍ଗରେ କାମ ନକରିପାରିବା କାରଣରୁ ହୋଇଥାଏ । ଏହି ସିଣ୍ଡ୍ରୋମ୍ କୌଣସି ବୟସରେ ବି ହୋଇପାରେ । କିନ୍ତୁ ପିଲାମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳେ । ଶରୀରରୁ ପରିସ୍ରା ସହିତ ଯେତେବେଳେ ଅଧିକ ମାତ୍ରାରେ ପ୍ରୋଟିନ ବାହାରେ ତେବେ ନେଫ୍ରୋଟିକ୍ ସିଣ୍ଡ୍ରୋମ୍ର ଆଶଙ୍କା ଅଧିକ ବଢ଼ିଯାଏ । କିଡ୍ନୀ ଶରୀରରୁ ବିଷାକ୍ତ ପଦାର୍ଥଗୁଡ଼ିକୁ ବାହାର କରି ଡିଟକ୍ସ କରିବାର କାର୍ଯ୍ୟ କରେ । ଯେତେବେଳେ କିଡ୍ନୀ ଠିକ୍ ଭାବରେ କାମ କରିପାରେ ନାହିଁ ତେବେ କିଡ୍ନୀରେ ଜ୍ୱଳନ ଓ ସ୍ୱେଲିଂର ସମସ୍ୟା ହୋଇପାରେ । ଡାଇବେଟିସ୍ କାରଣରୁ ମଧ୍ୟ ଏହି ସିଣ୍ଡ୍ରୋମ୍ ବୃଦ୍ଧି ପାଇବାର ବିପଦ ହୋଇପାରେ ।
ନେଫ୍ରୋଟିକ୍ ସିଣ୍ଡ୍ରୋମ୍ କ’ଣ: ଏହା ଏକ ସାମାନ୍ୟ ସମସ୍ୟା ଯାହା ୨-୬ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ଅଧିକ ଦେଖାଦିଏ । କିଡ୍ନୀର ବିଷାକ୍ତ ପଦାର୍ଥ ଛାଣୁଥିବା ଛିଦ୍ରଗୁଡ଼ିକ ଯେତେବେଳେ ବଡ଼ ହୋଇଯାଏ ତେବେ କିଡ୍ନୀ ପରିସ୍ରା ସହିତ ପ୍ରୋଟିନ୍କୁ ବି ବାହାରକୁ ବାହାର କରିଦିଏ । ପ୍ରୋଟିନ୍ର ଅଭାବରୁ ନେଫ୍ରୋଟିକ୍ ସିଣ୍ଡ୍ରୋମ୍ ବୃଦ୍ଧି ପାଇବାକୁ ଲାଗେ । ପ୍ରୋଟିନ୍ର ଅଭାବ ହେଲେ ପେଟ ଫୁଲିଯାଏ ଓ ଯନ୍ତ୍ରଣା ହୁଏ, ଆଖିରେ ସମସ୍ୟା ଓ କୋଲେଷ୍ଟ୍ରୋଲ ବୃଦ୍ଧି ପାଏ । ନେଫ୍ରୋଟିକ୍ ସିଣ୍ଡ୍ରୋମ୍ କିଡ୍ନୀ ସହିତ ଆଖି ଓ ସ୍କିନ୍ ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରେ ।
ଲକ୍ଷଣ-ଦୁର୍ବଳ ଲାଗିବା, କ୍ଳାନ୍ତି, ଭୋକ ନଲାଗିବା, ଅଚାନକ ଓଜନ ବୃଦ୍ଧି, ସ୍କିନ୍ ଉପରେ ଘା’ ଓ ଚେକା ଚେକା ହୋଇ ଫଳିଯିବା, ପରିସ୍ରା ଫେଣଯୁକ୍ତ ହେବା, ଲାଲ୍ ବା ଗାଢ଼ ରଙ୍ଗର ପରିସ୍ରା, ସ୍କିନ୍ରେ ଶୁଷ୍କପଣ ଓ କୋଲେଷ୍ଟ୍ରୋଲ୍ ବୃଦ୍ଧି ।