ଗର୍ଭାବସ୍ଥାରେ ଏହି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ

ଗର୍ଭବତୀ ସମୟରେ ଖାଦ୍ୟପେୟର ବହୁତ ଧ୍ୟାନ ରଖିବାକୁ ପଡେ । ଟିକିଏ ବି ହେଳା ଆପଣଙ୍କୁ ଭାରି ପଡିପାରେ । ଏହି ସମୟରେ କିଛି ଜିନିଷ ଖାଇବାକୁ ସଂପୂର୍ଣ୍ଣ ବାରଣ ରହିଥିବା ବେଳେ ଆଉ କିଛି ଜିନିଷ ଅଳ୍ପ ମାତ୍ରାରେ ଖାଇବାକୁ ପରାମର୍ଶ ଦିଆଯାଏ । ତାହେଲେ ଚାଲନ୍ତୁ ଜାଣିବା ସେହି ଜିନିଷ ବିଷୟରେ ।
ଅଧିକ ମର୍କରୀଯୁକ୍ତ ମାଛ- ମର୍କରୀ ଅଧିକ ବିଷାକ୍ତ ତତ୍ୱ ଯାହାକୁ ସୁରକ୍ଷିତ ବିବେଚନା କରାଯାଏ ନାହିଁ । ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ନର୍ଭସ ସିଷ୍ଟମ, ଇମ୍ୟୁନ ସିଷ୍ଟମ ଓ କିଡନୀ ଖରାପ ହୋଇପାରେ । ଏହାର ପ୍ରଭାବ ଜନ୍ମ ହେବାକୁ ଥିବା ପିଲା ଉପରେ ପଡିଥାଏ । କାରଣ ଏହା ପ୍ରଦୂଷିତ ସମୁଦ୍ରରୁ ମିଳିଥାଏ । ସେଥିପାଇଁ ଗର୍ଭବତୀ ଓ ବ୍ରେଷ୍ଟଫିଡିଂ କରୁଥିବା ମହିଳା ମର୍କରୀଯୁକ୍ତ ମାଛ ଖାଇବା ଉଚିତ ନୁହେଁ ।
ସେଲଫିସ ମାଛ-ଗର୍ଭବତୀ ସମୟରେ କେବେ ବି ସେଲଫିସ ମାଛ ଖାଇବା ଉଚିତ ନୁହେଁ । ଏହା ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର କ୍ୟାକ୍ଟେରିଆଲ ସଂକ୍ରମଣ ହୋଇପାରେ । ଏହାମଧ୍ୟରୁ କିଛି ଆପଣଙ୍କ ହେବାକୁ ଥିବା ଛୁଆ ଉପରେ ଗୁରୁତର ଭାବରେ ପ୍ରଭାବ ପକାଇଥାଏ । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଲିଷ୍ଟେରିଆ ସଂକ୍ରମଣ ଅତି ସହଜରେ ହୋଇଥାଏ ।
ପ୍ରୋଷ୍ଟେଡ ମିଟ- ଅଧା ସିଝିଥିବା ମାଂସ ବି ଗର୍ଭବତୀଙ୍କ ପାଇଁ ହାନିକାରକ ହୋଇଥାଏ । ଏହାକୁ ଖାଇଲେ ଟୋକ୍ସୋପ୍ଲାଜମା, ଲିଷ୍ଟେରିଆ ଓ ସ୍ୟାଲ୍ମୋନେଲା ଭଳି ଅନେକ ବ୍ୟାକ୍ଟେରିଆଲ ସଂକ୍ରମଣ ହୋଇଥାଏ । ଜନ୍ମ ହେବାକୁ ଥିବା ଶିଶୁ ଉପରେ ବି ଏହାର ପ୍ରଭାବ ପଡିଥାଏ ।
କଞ୍ଚା ଅଣ୍ଡା-କଞ୍ଚା ଅଣ୍ଡାରେ ସ୍ୟାଲ୍ମୋନେଲା ବ୍ୟାକ୍ଟେରିଆ ରହିଥାଏ । ଏହାକୁ ଖାଇବା ଦ୍ୱାରା ଜ୍ୱର, ବାନ୍ତି ହୋଇଥାଏ । ଗର୍ଭାଶୟରେ ବି ଏହାର ପ୍ରଭାବ ପଡେ । ଫଳରେ ଜନ୍ମ ହେବା ସମୟ ପୂର୍ବରୁ ପିଲା ଜନ୍ମ ହୋଇଥାଏ ।

Related Articles

Leave a Reply

Your email address will not be published.

Back to top button