ଖାଦ୍ୟ ପରେ ମିଠା ଖାଇବେ କାହିଁକି ?

ଉତ୍ସବର ଭୋଜିଭାତ ହେଉ କିମ୍ବା ହୋଟେଲମାନଙ୍କରେ ଖାଦ୍ୟ ଖାଇସାରିଲା ପରେ ମିଠା ନିଶ୍ଚିନ୍ତ ବଢ଼ା ଯାଇଥାଏ । ଏହାର କାରଣ ବହୁତ ଲୋକ କମ୍‌ ଜାଣିଥାନ୍ତି । ବୈଜ୍ଞାନିକ କାରଣ ଅନୁଯାୟୀ, ଖାଦ୍ୟରେ ଥିବା ତେଲ, ମସଲା ଓ ଲୁଣ ପେଟକୁ ଯାଇ ପାଚନ ତନ୍ତ୍ରର ସଞ୍ଚାଳନ କାର୍ୟ୍ୟକୁ ଧୀର କରି ଦେଇଥାଏ । ଫଳରେ ଗ୍ୟାସ୍‌ ଓ ବଦହଜମିର ସମସ୍ୟା ଦେଖାଯାଏ ।

ମିଠା ଖାଇଲେ ଶରୀରରେ ହେଉଥିବା ଅମ୍ଳର ଗତି ଧୀର ହୋଇଯାଏ । ଫଳରେ ଏସିଡିଟି ବା ଜଳାଫୋଡ଼ା ହୋଇନଥାଏ । ଖାଦ୍ୟ ଶୀଘ୍ର ମଧ୍ୟ ହଜମ ହେବାକୁ ଲାଗେ । ସେହିପରି ଭୋଜିଭାତ ଅଧିକ ଖାଇଦେଲେ ବହୁତ ଶୋଷ ଳାଗିଥାଏ । ଯେତେ ପାଣି ପିଇଲେ ପେଟ ପୂରିଯାଏ କିନ୍ତୁ ଶୋଷ ମେଣ୍ଟିନଥାଏ । କାରଣ ଭୋଜନ ପରେ ଖାଦ୍ୟ ନଳୀ ଶୁଷ୍କ ହୋଇଯାଏ । ଫଳରେ ପ୍ରବଳ ଶୋଷ ଲାଗେ । ଏହିପରି ସ୍ଥଳରେ ମିଠା ଖାଇଲେ ଶୋଷ ନଲାଗିବା ସହିତ ଖାଦ୍ୟ ସହଜରେ ହଜମ ହୋଇଯାଏ । ଏଣୁ ଖାଇବା ପରେ ମିଠା ଖାଇବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button