ଏହି ପାନୀୟ ପିଇବା ଦ୍ବାରା କମ୍‌ ହୋଇଯିବ ଓଜନ

ମୋଟାପଣ ଅନେକଗୁଡ଼ିଏ ରୋଗର କାରଣ। ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ପତଳା ଲୋକଙ୍କ ତୁଳନାରେ ମୋଟା ଲୋକ ଅପେକ୍ଷାକୃତ ଅସୁସ୍ଥ। ତେବେ, କହିବା ଯେତେ ସହଜ ବ୍ୟାୟାମ ବା ଡାଏଟ୍‌ କରିବା କିନ୍ତୁ ବାସ୍ତବରେ ଏତେ ସହଜ ନୁହେଁ। ହେଲେ ଆଜି ଆମେ ଏପରି କିଛି ଖାଦ୍ୟ ବିଷୟରେ ଜାଣିବା ଯାହାକୁ ଖାଇବା ଦ୍ୱାରା ବିନା ପରିଶ୍ରମର ଖସିଯିବ ଶରୀରର ଅତିରିକ୍ତ ଚର୍ବି।

ରସୁଣ ରସ‌: ରସୁଣରେ ବହୁ ଭଲ ଗୁଣ ରହିଛି। ଏହା ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ। ଏହା ଶରୀରର ମୋଟାପଣ ଓ କୋଲେଷ୍ଟ୍ରୋଲ୍‌ କମାଇବାରେ ସାହାଯ୍ୟ କରିଥାଏ। ଆପଣ ଗୋଟାଏ ଗ୍ଲାସ୍‌ ଗରମ ପାଣିରେ ଫାଳେ ଲେମ୍ବୁ ଓ ୩ ପାଖୁଡ଼ା ରସୁଣ ପକାଇ ଏକ ଜୁସ୍‌ ତିଆରି କରନ୍ତୁ। ଏହିପରି ଭାବେ ଦୈନିକ ପିଇବା ଦ୍ୱାରା ଚର୍ବି କମା ଯାଇପାରେ।
ଲେମ୍ବୁ ରସ‌: ଚର୍ବି କମାଇବା ପାଇଁ ସବୁଠାରୁ ଅବ୍ୟର୍ଥ ହେଉଛି ଏହି ଲେମ୍ବୁ ରସ‌। ଦୈନିକ ଗୋଟାଏ କପ୍‌ ଗରମ ପାଣିରେ ଫାଳେ ଲେମ୍ବୁ ଓ ଗୋଟାଏ ଚାମଚ୍‌ ମହୁ ଗୋଳାଇ ଖାଲି ପେଟରେ ପିଅନ୍ତୁ। ଏହା ଚର୍ବି ଖୁବ ଶୀଘ୍ର କମାଇଥାଏ।

ସବୁଜ ଚା’: ସବୁଜ ଚା’ ବା ଗ୍ରୀନ୍‌ ଟି ପିଇ ମୋଟାପଣ କମାଯାଇ ପାରେ ବୋଲି ଏକଥା ପ୍ରାୟ ସଭିଏଁ ଜାଣନ୍ତି। ଗୋଟାଏ କପ୍‌ରେ କିଛି ଗରମ ପାଣି ଆଣନ୍ତୁ। ସେଥିରେ ଗ୍ରୀନ୍‌ ଟି ବ୍ୟାଗ୍‌ରୁ ଗୋଟାଏ ପକାଇ ୫ ମିନିଟ୍‌ ରଖନ୍ତୁ। ତା’ପରେ ତାହାକୁ ଖାଲି ପେଟରେ ପିଅନ୍ତୁ।

Related Articles

Leave a Reply

Your email address will not be published.

Back to top button