ରାଗ ଦୂରେଇବା ଖାଦ୍ୟ

ରାଗିବା ଏକ ସ୍ୱାଭାବିକ ଭାବନା । ଏହା କିନ୍ତୁ ଅନ୍ୟମାନଙ୍କ ସହିତ ନିଜ ପାଇଁ ବି କ୍ଷତିକାରକ ହୋଇଥାଏ । ରାଗରେ ନିଆଁବାଣ ମଣିଷ ଭୁଲ-ଠିକର ବିଚାର କରିପାରେ ନାହିଁ । ତେଣୁ ପରବର୍ତ୍ତୀ ସମୟରେ ବହୁ ସମସ୍ୟାର ଶିକାର ହୋଇଥାଏ । ରାଗର ଝଡ଼ ଜୀବନକୁ ଛାରଖାର କରିଦିଏ । ସମ୍ପର୍କ ତୁଟିବା ସହ ମଣିଷର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ । ରାଗ ମନର ଏକ ଅବସ୍ଥା ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାର ଗୁଣ କେତେକ ଖାଦ୍ୟରେ ରହିଛି । ଏକ ଅଧ୍ୟୟନରୁ ଜଣାଯାଇଛି ଯେ ଭାରତୀୟମାନେ ଛୋଟଛୋଟ କଥାରେ ବେଶୀ ରାଗନ୍ତି ଏବଂ ଦେଶରେ ପ୍ରାୟ ୮୦ ପ୍ରତିଶତ ସମ୍ପର୍କ ରାଗ ଯୋଗୁ ନଷ୍ଟ ହୋଇଥାଏ । ଏପରି ପାଞ୍ଚଟି ଖାଦ୍ୟ ସମ୍ପର୍କରେ ଜାଣନ୍ତୁ ଯାହା ରାଗ ନିୟନ୍ତ୍ରଣ କରିବା ଲାଗି ଉପକାରୀ ।
କଦଳୀ: ସ୍ୱାସ୍ଥ୍ୟ ଉପକାରୀ ଗୁଣରେ ଭରପୁର କଦଳୀ ରାଗ ନିୟନ୍ତ୍ରଣରେ ସହାୟକ । ଏଥିରେ ଥିବା ଭିଟାମିନ ବି ଏବଂ ପଟାସିୟମ ମନକୁ ଶାନ୍ତ ତଥା ଚିନ୍ତାମୁକ୍ତ କରିଥାଏ । ତେଣୁ ରାଗ ଲାଗିଲେ ଗୋଟିଏ କଦଳୀ ନେଇ ଏହାକୁ ଧୀରେ ଧୀରେ ଖାଇବା ଉଚିତ ।
ଅଖରୋଟ: ଏହା ଖୁବ ପୁଷ୍ଟିକର । ଏଥିରେ ପ୍ରୋଟିନ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ପର୍ଯ୍ୟାପ୍ତ ରହିଛି । ଏହା ବାଦ ଓମେଗା-୩ ଫ୍ୟାଟି ଏସିଡ ରହିଥାଏ ଯାହା ମନକୁ ଶାନ୍ତ ଏବଂ ଖୁସି ରଖିବାରେ ସହାୟକ ହୋଇଥାଏ ।

ବାଦାମ ବଟର: ଜଳଖିଆକୁ ଏହା ସ୍ୱାଦିଷ୍ଟ କରୁଥିବା ବେଳେ ରାଗ ନିୟନ୍ତ୍ରଣ କରିବାରେ ବି ଦରକାରୀ । ବାଦାମ ଏବଂ ଭେଜିଟେବଲ ତେଲ ମିଶାଇ ଏହା ପ୍ରସ୍ତୁତ ହୋଇଥାଏ । ଏଥିରେ ଥିବା ଫ୍ୟାଟ ସ୍ୱାସ୍ଥ୍ୟ ଏବଂ ବିକାଶ ପାଇଁ ଉପକାରୀ । ଏହା ମଧ୍ୟ ରାଗ କମ କରୁଥିବାରୁ ଯେତେବେଳେ ରାଗ ଆସିବ ଦୁଇ ଚାମଚ ପିନଟ ବଟର ପାଟିକୁ ନେଇଯିବେ ।
ଗ୍ରୀଲଡ ଖାଦ୍ୟ: ରାଗିଗଲେ ଗ୍ରୀଲଡ ଚିଜ ଟୋଷ୍ଟ ଖାଆନ୍ତୁ । ଏହାକୁ ଖାଇବା ପରେ ପାଟିର ସ୍ୱାଦ ଭଲ ହୋଇଯାଏ ଏବଂ ରାଗ ମଧ୍ୟ ନିୟନ୍ତ୍ରଣକୁ ଚାଲିଆସେ । ଆଳୁରେ କାର୍ବୋହାଇଡ୍ରେଟସ ଏବଂ ଭିଟାମିନ ବି ପ୍ରଚୁର ପରିମାଣରେ ଥିବାରୁ ରକ୍ତଚାପ ତଥା ଟେନସନ କମାଇବାରେ ଏହାର ମଧ୍ୟ ଭୂମିକା ଗୁରୁତ୍ୱପୂର୍ଣ୍ଣ।
ଥଣ୍ଡା ପାଣି: ପ୍ରାୟତଃ ଦେଖାଯାଏ, ପ୍ରବଳ ରାଗି ଯାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ପାଣି ପିଆଇ ଦିଅନ୍ତି କିମ୍ବା ପିଇବାକୁ ପରାମର୍ଶ ଦେଇଥାନ୍ତି । ପାଣି ପିଇବା ଦ୍ୱାରା ଏହାର ଶୀତଳ ପ୍ରଭାବରେ ରାଗ ଶାନ୍ତ ହୋଇଯାଏ ।

Related Articles

Leave a Reply

Your email address will not be published.

Back to top button