ଦହିରେ ସୌନ୍ଦର୍ଯ୍ୟ ଚର୍ଚ୍ଚା

ତ୍ୱଚାର ସୁନ୍ଦରତା ବଢାଇବା ପାଇଁ ଅନେକ୍ ମହିଳା ଏବଂ ଯୁବତୀ ବାହାର ପ୍ରଡକ୍ଟ ବ୍ୟବହାର କରିଥାନ୍ତି ।  ବିଭିନ୍ନ କେମିକାଲ ଯୁକ୍ତ ଫେସିଆଲକୁ ଆପଣାଇ ଥାଆନ୍ତି । ତେବେ କେମିକାଲ ଯୁକ୍ତ ପ୍ରଡକ୍ଟର ବ୍ୟବହାର, ବିଭିନ୍ନ ସମୟରେ ତ୍ୱଚାକୁ କ୍ଷତି ପହଞ୍ଚାଇ ଥାଏ । ଯାହା ଦ୍ୱାରା ତ୍ୱଚାର ସୁନ୍ଦରତା ବଢିବା ପରିବର୍ତ୍ତେ,ତ୍ୱଚା ନଷ୍ଟ ହେବାରେ ଲାଗିଥାଏ । ତେଣୁ ସର୍ବଦା ତ୍ୱଚା ପାଇଁ ଘରୋଇ ପ୍ରାକୃତିକ ଉପଚାର ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଘରେ ଦହି ବ୍ୟବହାର କରି କିପରି କରିବେ ଦହି ଫେସିଆଲ ।

-ପ୍ରଥମେ ତ୍ୱଚାକୁ କ୍ଲିନଜିଂ କରିବା ପାଇଁ ଆଲୋଭେରା ଜେଲ ଲଗାଇ ତୁଳା ସାହାଯ୍ୟରେ ପୋଛିବେ । ଏହାପରେ ତ୍ୱଚାକୁ ଥଣ୍ଡା ପାଣିରେ ଧୋଇବେ ।
-ଏବେ ସ୍କ୍ରବିଂ ପାଇଁ, ଫ୍ରେଶ୍ ଘର ତିଆରି ଦହି ନେଇ ତ୍ୱଚାରେ ଲଗାଇ , ଅତିକମରେ ୫ ରୁ ୬ ମିନିଟ ଯାଏଁ ହାଲ୍‌କା ହାତରେ ମସାଜ୍ କରିବେ । ମସାଜ୍ କରିବା ପରେ ତ୍ୱଚାକୁ ଧୋଇ ସଫା କରିବେ । ତାପରେ ଦହିରେ ଚିନି ମିଶାଇ ତ୍ୱଚାରେ ଲଗାଇ ଧିରେଧିରେ ସ୍କ୍ରବ୍ କରିବେ ।  ୩ ରୁ ୪ ମିନିଟ ସ୍କ୍ରବ୍ କରିବା ପରେ ପୁଣି ତ୍ୱଚାକୁ ଧୋଇ ସଫା କରିବେ ।
-ଏହାପରେ ତ୍ୱଚାକୁ ମସାଜ୍ କରିବା ପାଇଁ ଏକ ପାତ୍ରରେ ଦହି ନେଇ, ସେଥିରେ ଅଟା ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ଏହି ପେଷ୍ଟକୁ ନେଇ ତ୍ୱଚାରେ ଲଗାଇ ୫ ମିନିଟ୍ ଯାଏଁ  ମସାଜ୍ କରିବେ । ଏହାପରେ ପ୍ରଥମେ ଏକ ନରମ କପଡାରେ ପୋଛି ତ୍ୱଚାକୁ  ସଫା କରିବେ । ଏହାପରେ ତ୍ୱଚାକୁ ଧୋଇବେ ।
-ଏବେ ତ୍ୱଚାରେ ଟୋନର ବ୍ୟବହାର କରିବା ପାଇଁ , ପ୍ରଥମେ ଏକ ପାତ୍ରରେ ଅଳ୍ପ ଦହି , ନଡିଆ ତେଲ, ମହୁ ସମାନ ପରିମାଣରେ ନେଇ ମିଶାଇବେ । ଏହାପରେ ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ରଖିବେ । ପରଦିନ ସକାଳେ ତ୍ୱଚାକୁ ହାଲ୍‌କା ଉଷୁମ୍ ପାଣିରେ ଧୋଇ  ସଫା କରିବେ ।
ଏହି ଘରୋଇ ଦହି ଫେସିଆଲ କରି ସାରିବା ପରେ ଫଳାଫଳ ନିଜେ ଅନୁଭବ କରିପାରିବେ ।

Related Articles

Leave a Reply

Your email address will not be published.

Back to top button