ଚାଲିଲେ କମିବ ଓଜନ

ଚାଲିବା ମଧ୍ୟ ଏକପ୍ରକାର ବ୍ୟାୟାମ । ଦୈନିକ ଚାଲିବା ଶରୀର ପାଇଁ ଖୁବ୍ ଉପକାରୀ । ବିଶେଷକରି ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏନେଇ ଧୀରେ ଧୀରେ ନ ଚାଲି, ଟିକେ ଜୋର୍‌ରେ ଚାଲିବା ଅଭ୍ୟାସ କରିବା ଉଚିତ । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଜୋର୍‌ରେ ଚାଲିବା ଅଭ୍ୟାସ ନ ଥିଲେ, ପ୍ରଥମେ ୧୦ ମିନିଟ୍ ପାଇଁ ସାଧାରଣ ବେଗରେ ଚାଲନ୍ତୁ । ପରେ ଦ୍ରୁତ ବେଗରେ ଚାଲନ୍ତୁ । ଏହା ଦ୍ୱାରା ଶୀଘ୍ର କ୍ଲାନ୍ତ ଅନୁଭବ ହୁଏ । ସେହିପରି ଚାହିଁଲେ ଶିଢ଼ି ଚଢ଼ିବା ଅଭ୍ୟାସ କରିପାରିବେ । ଲିଫ୍ଟ ପରିବର୍ତ୍ତେ ଶିଢ଼ି ଚଢ଼ି ଯାଆନ୍ତୁ । ମେଦ ହ୍ରାସ ପାଇବ । ଅନ୍ୟପଟେ ହାର୍ଟ ଓ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଥିଲେ, ପ୍ରତିଦିନ ୧୦ ହଜାର ଷ୍ଟେପ୍ ଚଢ଼ିବା ଆବଶ୍ୟକ । ସେହିପରି ଦୈନିକ ୧୦ ହଜାର ଷ୍ଟେପ୍ ଚାଲିବା ଦ୍ୱାରା ଓଜନ ହ୍ରାସ ପାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button